ଏଇ ଭାରତରେ

ଗୋଆରେ ପ୍ଲାଷ୍ଟିକ ପ୍ରଦୂଷଣ ସେଠାକାର ପରିବେଶକୁ ବିଷାକ୍ତ କରିପକାଉଛି। ଏଥିରୁ ଗୋଆକୁ ମୁକ୍ତ କରିବା ଲାଗି ସଞ୍ଜୀବ ଖଣ୍ଡେଲଓ୍ବାଲ ଆରମ୍ଭ କରିଛନ୍ତି ଏକ ଅଭିଯାନ, ଯାହାର ନାମ ହେଉଛି ‘ମାକା ନାକା ପ୍ଲାଷ୍ଟିକ’। ଏହି ଓ୍ବାନ୍‌ ମ୍ୟାନ୍‌ ମିଶନରେ ସେ ପ୍ଲାଷ୍ଟିକ ପ୍ରଦୂଷଣ ଦୂର କରିବା ଲାଗି କନାବ୍ୟାଗ୍‌ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ ପ୍ରତିଦିନ ଗୋଆରେ ୬୦,୦୦୦ରୁ ଅଧିକ ପ୍ଲାଷ୍ଟିକ କ୍ୟାରିବ୍ୟାଗ୍‌ ବ୍ୟବହାର ହେଉଛି। ପ୍ଲାଷ୍ଟିକ ବ୍ୟାଗ୍‌ ବ୍ୟବହାର ଦୂର କରିବା ଲାଗି ସଞ୍ଜୀବ ଅକ୍ଟୋବର ୨୦୨୧ରେ ମାକା ନାକା ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସେନ୍‌ସିବଲ୍‌ ଆର୍ଥ ’ସଂସ୍ଥା ମାଧ୍ୟମରେ ଚାଲୁଛି। ସେ ବ୍ୟକ୍ତି କିମ୍ବା ବିଭିନ୍ନ ସଂସ୍ଥାରୁ ଅଦରକାରୀ କିମ୍ବା ବ୍ୟବହୃତ କନା ସଂଗ୍ରହ କରି ସେଥିରେ ବ୍ୟାଗ ତିଆରି କରି ତାହାକୁ ଲୋକମାନଙ୍କୁ ମାଗଣାରେ ଦେଉଛନ୍ତି। ମାର୍କେଟକୁ ଆସୁଥିବା ଲୋକମାନଙ୍କୁ ସେ ୬,୦୦୦ କନାବ୍ୟାଗ୍‌ ବାଣ୍ଟି ସାରିଲେଣି। ଏବେ ସୁଦ୍ଧା ୧ ଲକ୍ଷ ବ୍ୟାଗ୍‌ ତିିଆରି କରାଯାଇଛି ଓ ତାହାକୁ ବଣ୍ଟାଯିବା ଦ୍ୱାରା ୨ ମିଲିୟନ ପ୍ଲାଷ୍ଟିକ ବ୍ୟାଗ୍‌ ବ୍ୟବହାରକୁ ରୋକାଯାଇପାରିବ ବୋଲି କହିଛନ୍ତି ସଞ୍ଜୀବ।