ଏଇ ଭାରତରେ

ଆଜିର ସମୟରେ ଯୁବବର୍ଗ ଆଇଏଏସ୍‌ ଏବଂ ପ୍ରୋଭିନ୍‌ସିଆଲ ସିଭିଲ ସର୍ଭିିସ(ପିସିଏସ୍‌) ହେବାର ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ ସେମାନଙ୍କ ସ୍ବପ୍ନ ଅଧୁରା ରହିଯାଉଛି। ଏଭଳି ସ୍ଥିତିରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଯୁବବର୍ଗଙ୍କୁ କୋଚିଂ ଦେବା ଦାୟିତ୍ୱ ଗ୍ରହଣ କରିଛନ୍ତି ୟୁପିର ଅନୁପ ଉପାଧ୍ୟାୟ। ମାତ୍ର ୧ ଟଙ୍କା ଗୁରୁଦକ୍ଷିଣା ନେଇ ସେ ଛାତ୍ରୀଛାତ୍ରମାନଙ୍କୁ ଜି.କେ./ଜିଏସ୍‌ ପଢାଉଛନ୍ତି। ଅନୁପ ପେସାରେ ଜଣେ ଶିକ୍ଷକ। ଅନୁପ ଗତ ୮ ବର୍ଷ ଧରି ଲକ୍ଷ୍ନୌ, ଦିଲ୍ଲୀ ଏବଂ ପାଟନା ଭଳି ଅନେକ ସହରରେ ଆଇଏଏସ୍‌ ଏବଂ ପିସିଏସ୍‌ ପାଇଁ କୋଚିଂ ଯୋଗାଇ ଆସିଛନ୍ତି। ଏହା ବ୍ୟତୀତ ସେ ଏବେ ନିଜ ଜିଲା ବାଲିଆକୁ ଆସି ପିଲାମାନଙ୍କୁ ମଧ୍ୟ କୋଚିଂ ଦେବା ଆରମ୍ଭ କରିଛନ୍ତି। ସେ କୁହନ୍ତି, ମୁଁ ମଧ୍ୟ ଦାରିଦ୍ର୍ୟ ସହ ସଂଘର୍ଷ କରିଛି, ମୁଁ ଜାଣେ ଦାରିଦ୍ର୍ୟ କ’ଣ। ତେଣୁ ମୁଁ ମୋ ଜିଲାର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାର ଦାୟିତ୍ୱ ଗ୍ରହଣ କରିଛି; ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ବଡ଼ ପଦବୀରେ ପହଞ୍ଚିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କୋଚିଂ ପାଇ ଅନେକ ଶହ ଆଶାୟୀ ସେମାନଙ୍କ ଲକ୍ଷ୍ୟରେ ସଫଳ ହୋଇ ଉଚ୍ଚ ପଦବୀରେ କାର୍ଯ୍ୟ କରୁଛନ୍ତି ।