ଏଇ ଭାରତରେ

ଏମିତି ଗାଁ ଯେଉଁଠି ସମସ୍ତେ ଜଣେ ଜଣେ ୟୁଟ୍ୟୁବର। ଛତିଶଗଡ଼ର ଏହି ଗାଁର ନାଁ ତୁଳସୀ। ସେଠାରେ କେହି ସରକାରୀ ଚାକିରି ଖୋଜୁନାହାନ୍ତି କିମ୍ବା କୌଣସି ଘରୋଇ ସଂସ୍ଥାରେ ଚାକିରି କରିବାକୁ ଚାହାନ୍ତି ନାହିଁ।
କେବଳ ୟୁଟ୍ୟୁବର ଭାବେ ସେମାନେ ଆମତ୍ନିର୍ଭର ହୋଇଛନ୍ତି। ଉକ୍ତ ଗାଁରେ ସମସ୍ତେ ସେମାନଙ୍କ ସ୍ମାର୍ଟ ଫୋନ୍‌ରେ ଭିଡିଓ ପ୍ରସ୍ତୁତ କରୁଛନ୍ତି। ୫ ବର୍ଷର ପିିଲାଠାରୁ ଆରମ୍ଭକରି ୮୦ ବର୍ଷର ବ୍ୟକ୍ତି ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ଜଡ଼ିତ। ଏମାନେ ଫ୍ରିଲାନ୍ସ କାମକରି ଭଲ ରୋଜଗାର କରୁଛନ୍ତି। ଏହି ଅଭିଯାନ ୨୦୧୮ରେ ଆରମ୍ଭ ହୋଇଥିଲା ଯେତେବେଳେ ଗାଁର ଜ୍ଞାନେନ୍ଦ୍ର ଓ ଜୟ ବର୍ମା ‘ ବିଙ୍ଗ୍‌ ଛତିଶଗଡ଼ିଆ’ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ଛୋଟ ଛୋଟ ଘଟଣା, ପର୍ବପର୍ବାଣି ଓ କମେଡି ଭିଡିଓ କରି ଅପ୍‌ଲୋଡ୍‌ କରିବା ଆରମ୍ଭ କରିଥିଲେ। ଧୀରେଧୀରେ ଏହି ଭିଡିିଓକୁ ଅନ୍ୟମାନେ ପସନ୍ଦ କରିବା ଦ୍ୱାରା ସେମାନେ ସେଥିରୁ ରୋଜଗାର କରିବାକୁ ଲାଗିଲେ। ଏବେ ସେହି ଗାଁରେ ୪୦ରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିସାରିଲାଣି। ଗାଁର ଲୋକେ କୌଣସି ପ୍ରଶିକ୍ଷଣ ବିନା ଭିଡିଓ ରେକର୍ଡିଂଠାରୁ ଆରମ୍ଭକରି ଆକ୍ଟିଂ ଓ ଏଡିଟିଂ କାର୍ଯ୍ୟ କରୁଛନ୍ତି । ଗ୍ରାମବାସୀଙ୍କ ଆଗ୍ରହକୁ ଦେଖି ସ୍ଥାନୀୟ ଜିଲାପାଳ ‘ହମର ଫ୍ଲଇକସ’ନାମକ ଏକ ଷ୍ଟୁଡିଓ ନିର୍ମାଣ କରିଛନ୍ତି।