Advertisement

ଏଇ ଭାରତରେ

ପ୍ଲାଷ୍ଟିକ୍‌ କିମ୍ବା ଶସ୍ୟ ବର୍ଜ୍ୟର ପୁନଃ ବ୍ୟବହାର ହେବା ସମସ୍ତେ ଜାଣିଛନ୍ତି। କିନ୍ତୁ ବ୍ୟବହୃତ ଜୋତାକୁ ଅପ୍‌ସାଇକେଲ ବା ପୁନଃ ବ୍ୟବହାରକ୍ଷମ କରିବାରେ ସାଇ ଗୋଡ଼ିକା ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଅପ୍‌ସାଇକେଲ ପରେ ସେଗୁଡ଼ିକୁ ସେ ଗରିବ ପିଲାମାନଙ୍କୁ ଦାନ କରୁଛନ୍ତି। ଏଥିପାଇଁ ତାଙ୍କୁ ଲୋକେ ‘ଶୁ ଓ୍ବାରିୟର’ ବୋଲି ସମ୍ବୋଧନ କରୁଛନ୍ତି। ବେଙ୍ଗାଲୁରୁରେ ତାଙ୍କ ଘର ନିକଟରେ ରହୁଥିବା ନିର୍ମାଣ ଶ୍ରମିକଙ୍କ ପିଲାମାନେ ଖାଲିପାଦରେ ଦୌଡୁଥିବା ଓ ସ୍କୁଲ ଯାଉଥିବା ଦେଖି ସେ ସେମାନଙ୍କ ପାଇଁ ଜୋତା ଯୋଗାଡ଼ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସେହି ଲକ୍ଷ୍ୟରେ ସେ ପୁରୁଣା ଜୋତା ସଂଗ୍ରହ କରି ସେଗୁଡ଼ିକୁ ପୁନଃ ବ୍ୟବହାରକ୍ଷମ କରି ସେମାନଙ୍କୁ ଦେବା ସହ ସହରର ଅନ୍ୟ ସ୍ଥାନରେ ଥିବା ଗରିବ ପିଲାମାନଙ୍କୁ ବାଣ୍ଟୁଛନ୍ତି। ସାଇ ପ୍ରଥମେ ତାଙ୍କ ପୁରୁଣା ଜୋତାଗୁଡ଼ିକୁ ଅପ୍‌ସାଇକେଲ କରି ପିଲାମାନଙ୍କୁ ଦେଇଥିଲେ। ପରେ ‘ଜୋତା ଦାନ କର ଓ ଏକ ଜୀବନକୁ ବଞ୍ଚାଅ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏବେ ଏହି ଅଭିଯାନରେ ବହୁ ସ୍ବେଚ୍ଛାସେବୀ ସାମିଲ ହୋଇ ୧୫,୦୦୦ ହଳ ଜୋତା ସଂଗ୍ରହ କରି ତାହାକୁ ଦାନ କରିସାରିଲେଣି। ସାଇ କୁହନ୍ତି, ଯଦି ସମସ୍ତେ ପୁରୁଣା ଜୋତା ଦାନ କରନ୍ତି ତେବେ କୌଣସି ପିଲା ଖାଲିପାଦରେ ସ୍କୁଲ ଯିବା ଦେଖିବାକୁ ମିଳିବ ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel