ଏଇ ଭାରତରେ

ଭାରତ ଏବେ ସୁଦ୍ଧା ଶତ ପ୍ରତିଶତ ସାକ୍ଷରତା ହାସଲ କରିପାରିନାହିଁ। କିନ୍ତୁ ମଧ୍ୟପ୍ରଦେଶର ମାଣ୍ଡଲା ଜିଲାର ଜିଲାପାଳ ହର୍ଷିକା ସିଂଙ୍କ ଉଦ୍ୟମରେ ସେହି ଜିଲା ୧୦୦ ପ୍ରତିଶତ ସାକ୍ଷର ହୋଇ ଏକ ଉଦାହରଣ ସୃଷ୍ଟି କରିଛି। ହର୍ଷିକା ଏଥିପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେ ଟିମ୍‌ ଗଢ଼ି କାର୍ଯ୍ୟକ୍ରମକୁ ଆଗକୁ ନେବା ଲାଗି ୨୫,୦୦୦ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରିଥିଲେ। ପ୍ରତ୍ୟେକ ପଞ୍ଚାୟତରେ ଶିକ୍ଷିତ ଝିଅମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମହିଳାମାନଙ୍କୁ ପଢ଼ାଇବା ଦାୟିତ୍ୱ ଦେଇଥିଲେ। ଏହା ବ୍ୟତୀତ ‘ଜ୍ଞାନଧନ’ କାର୍ଯ୍ୟକ୍ରମରେ ବହି, ସିଲଟ ଓ ଅନ୍ୟ ପାଠ୍ୟ ଉପକରଣ ଯୋଗାଇଦେଇଥିଲେ। ପରେ ସେ ପ୍ରତିଟି ପଞ୍ଚାୟତରେ ‘ମହିଳା ଜ୍ଞାନାଳୟ’ ଖୋଲି ସେଠାରେ ମହିଳାମାନଙ୍କୁ ପଢ଼ାଇ ଶତ ପ୍ରତିଶତ ସାକ୍ଷର କରିପାରିଛନ୍ତି।