ଏଇ ଭାରତରେ

ଦିବ୍ୟାଙ୍ଗ ହେଲେ ବି ମନୋବଳ କିଛି କମ୍‌ ନୁହେଁ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଉଛନ୍ତି। ଏହି ମହିଳା ଜଣକ ହେଉଛନ୍ତି କଶ୍ମୀରର ସୁମର୍ତ୍ତି। ୧୦ ବର୍ଷ ବୟସରେ ପୋଲିଓ ସଂକ୍ରମିତ ହେବା ପରେ ସେ ଚାଲିବା ଶକ୍ତି ହରାଇଥିଲେ। ପରେ ହ୍ବିଲ ଚେୟାର ସାହାରାରେ ପଢ଼ାଶେଷ କରିବା ସହ ପୋଷାକ ସିଲେଇ କରି ଆତ୍ମନିର୍ଭର ହେବା ଲାଗି ଚେଷ୍ଟା କରିଥିଲେ। ହେଲେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇବାରୁ ସେ ୨୦୧୮ରେ ତାହାକୁ ଛାଡ଼ି ମସଲା ବ୍ୟବସାୟ ଆରମ୍ଭ କରିଥିଲେ। ଆରମ୍ଭରୁ ଏଥିରେ ବହୁ ବାଧାର ସମ୍ମୁଖୀନ ହେବା ସହ କ୍ଷତି ମଧ୍ୟ ସହିଲେ। କିନ୍ତୁ ଦୃଢ ଇଚ୍ଛଶକ୍ତି ବଳରେ ଏବେ ଏଥିରେ ସଫଳତା ପାଇବା ସହ ଅନେକ ଦିବ୍ୟାଙ୍ଗଙ୍କୁ ରୋଜଗାର ଦେଇ ସେମାନଙ୍କ ଓଠରେ ହସ ଫୁଟାଇ ପାରିଛନ୍ତି। ଜୀବନରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ଶକ୍ତି ଥିଲେ ଦୁନିଆରେ ସଫଳତା ପାଇବା ସହଜ ହୋଇଥାଏ ବୋଲି କହନ୍ତି ସୁମର୍ତ୍ତି।