ଏଇ ଭାରତରେ

ଜୈବ ଇନ୍ଧନ ଚାଳିତ ଦୁଇଚକିଆ ଯାନ ଯୋଗୁ ବାୟୁ ପ୍ରଦୂଷଣ ବଢୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମୋଟର କମ୍ପାନୀ ବିଦ୍ୟୁତ୍‌ ଚାଳିତ ଯାନ(ଇଭି)ଉପତ୍ାଦନରେ ଲାଗିଛନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ତରରେ ପ୍ରଦୂଷଣ ରୋକିବା ଲାଗି ବେଙ୍ଗାଲୁରର ଆଶିଷ ଡୋକାନିଆଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଗ୍ରୀନ୍‌ ଟାଇଗର ମୋବିଲିଟି ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ଜୈବ ଇନ୍ଧନ ଚାଳିତ ଦୁଇଚକିଆ ସ୍କୁଟରକୁ ଇଭିରେ ପରିଣତ କରୁଛନ୍ତି। ମୂଳ ପେଟ୍ରୋଲ ଇଞ୍ଜିନ ନ ବଦଳାଇ ସେଥିରେ ମୋଟର ଓ ଇଲେକ୍ଟ୍ରି ପାଓ୍ବାର ଟ୍ରେନ୍‌ ଲଗାଯାଉଛି। ଫଳରେ ଏହି ଯାନରେ ଉଭୟ ଜୈବ ଇନ୍ଧନ ଏବଂ ବିଦ୍ୟୁତ୍‌ର ବିକଳ୍ପ ରହୁଛି। ସେଥିରେ ବ୍ୟାଟେରି, କଣ୍ଟ୍ରୋଲର ଓ ସ୍ମାର୍ଟ ଡିସପ୍ଲେ ଲଗାଯାଉଛି। ଏହି କମ୍ପାନୀ ଆରଟିଓ ଓ ଅଟୋମୋଟିଭ ରିସର୍ଚ୍ଚ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଆର୍‌ଏଆଇ)ର ସ୍ବୀକୃତି ଲାଭ କରିଛି। ଏବେ ସୁଦ୍ଧା କମ୍ପାନୀ ୫୦ଟି ସ୍କୁଟରକୁ ଇଭି କରିସାରିଲାଣି। ସେ ଅକ୍ଷୟଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ପ୍ରଦୂଷଣ ରୋକିବାରେ ଇଭିର ଆବଶ୍ୟକତା ଉପଲବ୍ଧି କରିବା ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ଦୁଇଚକିଆ ଚାଳକଙ୍କ ପାଇଁ ଏଭଳି ଇଭି ସୁଯୋଗ ଆଣିଦେବ ବୋଲି କହନ୍ତି ଆଶିଷ।