ଏଇ ଭାରତରେ

ଶୀତଳ ଭଣ୍ଡାର ଅଭାବରୁ କୃଷକମାନେ ସେମାନଙ୍କ ଉପତ୍ାଦିତ ଫସଲକୁ ସୁରକ୍ଷିତ ରଖି ନ ପାରିବା ଯୋଗୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ତେବେ ଏଭଳି ସମସ୍ୟା ଦୂରକରିବା ଲାଗି ବିହାର ଭାଗଲପୁରର ଆଇଆଇଟି ଗ୍ରାଜୁଏଟ ନିକ୍କି କୁମାର ଝା ଓ ତାଙ୍କ ଭଉଣୀ ରଶ୍ମି ଝାଙ୍କ ଦ୍ୱାରା ନିର୍ମିତ ଫ୍ରିଜ୍‌ ଅନେକ ଆଶା ସୃଷ୍ଟି କରିଛି। ସେମାନେ ଏହି ଫ୍ରିଜ୍‌ ନାମ ରଖିଛନ୍ତି ‘ସବ୍‌ଜିକୋଠି’। ଏଥିରେ ପନିପରିବା ୩ରୁ ୩୦ ଦିନ ଯାଏ ତଟକା ରହୁଛି। ବଜାରରେ ଉପଲବ୍ଧ ଫ୍ରିଜ୍‌ କ୍ଷମତା ତୁଳନାରେ ୧୦ ଗୁଣ ଅଧିକ ଜିନିଷ ଏଥିରେ ରହିପାରୁଛି। ଏହି ଫ୍ରିଜ୍‌ ଲାଗି କମ୍‌ ବିଦ୍ୟୁତ୍‌ ଆବଶ୍ୟକ ହେଉଛି। ଏହାକୁ ୧ ଦିନ ଚଳାଇବା ଲାଗି ୨୦ ଓ୍ବାଟ୍‌ ବିଦ୍ୟୁତ୍‌ ଓ ୧ ଲିଟର ପାଣି ଆବଶ୍ୟକ ହେଉଛି। ଏବେ ବଜାରରେ ଉପଲବ୍ଧ ରେଫ୍ରିଜରେଟର ଦାମ୍‌୍‌ର ଅଧାରେ ଏହା ନିର୍ମାଣ ହୋଇପାରୁଛି।