ଏଇ ଭାରତରେ

ଆସାମର ଗାଁଗୁଡ଼ିକରେ ପିଲାମାନଙ୍କ ପାଇଁ ଲାଇବ୍ରେରି ଖୋଲୁଛନ୍ତି ଋତୁପର୍ଣ୍ଣା ନେଓଗୀ। ଏହି ଲାଇବ୍ରେରିରୁ ପିଲାମାନେ ମାଗଣାରେ ବହି ନେଇ ପଢ଼ିବାର ସୁବିଧା ପାଉଛନ୍ତି। ଋତୁପର୍ଣ୍ଣା ସୋସିଆଲ ଓ୍ବାର୍କ କ୍ଷେତ୍ରରେ ଶିକ୍ଷାଲାଭ କରିବା ପରେ ଆସାମର ବିଭିନ୍ନ ସୋସିଆଲ ଓ୍ବାର୍କ ସୋସାଇଟିରେ କାମ କଲେ। ପାଉଥିବା ଦରମାରୁ ସଞ୍ଚତ୍ତ କରି ସେ ବହି କିଣିଲେ ଓ ୨୦୨୦ରେ ସେ ନିଜ ଗାଁରେ ‘କିତାପେ କଥା କୋଇ’ ନାମକ ଏକ ଲାଇବ୍ରେରି ଖୋଲିଥିଲେ। ପ୍ରଥମେ ଏଥିରେ ୬୦୦ ବହି ଥିଲା ଓ ବର୍ତ୍ତମାନ ସେଠାରେ ୧୨୦୦ ବହି ଅଛି। ଏବେ ୨ଟି ଗାଁରେ ସେ ଲାଇବ୍ରେରି ଖୋଲିସାରିଛନ୍ତି ଓ ୨୦୦ରୁ ଅଧିକ ପିଲାଙ୍କୁ ପଢ଼ିବାରେ ସାହାଯ୍ୟ କରୁଛନ୍ତି। ‘ଅକାମ ଫାଉଣ୍ଡେଶନ’ ମାଧ୍ୟମରେ ସେ ଲାଇବ୍ରେରି ଖୋଲୁଛନ୍ତି। ଏହି ସମୟରେ ସାରାଦେଶରେ ଲକ୍‌ଡାଉନ୍‌ ହୋଇଥିବାରୁ ସେ ସୋସିଆଲ ମିଡିଆରେ ଷ୍ଟୋରି ଟେଲିଂ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏବେ ମଧ୍ୟ ଅନେକ ସମୟରେ ବିଭିନ୍ନ ଗାଁକୁ ଯାଇ ଷ୍ଟୋରି ଟେଲିଂ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେ ଲିଙ୍ଗଗତ ଭେଦଭାବ ଦୂର କରିବା ଲାଗି ୪୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରିସାରିଲେଣି। ଆଗକୁ ଆଉ କେତୋଟି ଗାଁରେ ଲାଇବ୍ରେରି ଖୋଲିବା ଯୋଜନା ଚୂଡ଼ାନ୍ତ କରିଛନ୍ତି।