ଏଇ ଭାରତରେ

ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଶିକ୍ଷା, ମନୋରଞ୍ଜନ ତଥା ଖେଳର ଆବଶ୍ୟକତାକୁ ଲକ୍ଷ୍ୟ କରି ଆଇଏଏସ୍‌ ଅଧିକାରୀ ବିବେକ ଜନ୍‌ସନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରେରଣାଦାୟକ। ୨୦୨୨ରୁ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲାର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟରତ ବିବେକ ଜନ୍‌ସନ ସରକାରୀ ପାଣ୍ଠି ଓ ବ୍ୟବସ୍ଥାର ସହଯୋଗରେ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ୨୮ଟି ସାଇନ୍ସ ପାର୍କ ନିର୍ମାଣ କରିସାରିଛନ୍ତି ଓ ଆଉ ୫୦ଟି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ପାର୍କଗୁଡ଼ିକରେ ଉତ୍ସର୍ଗୀକୃତ ଶିକ୍ଷକମାନଙ୍କର ଏକ ଟିମ୍‌ ପିଲାମାନଙ୍କୁ ସହଯୋଗ କରୁଛନ୍ତି। ଶିକ୍ଷକମାନେ ସ୍କୁଲରେ ପଢ଼ାଇବା ସହ ଏହି କାର୍ଯ୍ୟ ପାଇଁ ସମୟ ଦେଉଛନ୍ତି। ଏହା ସହ ଚନ୍ଦ୍ରପୁର ଜିଲାର ୧୫ଟି ବ୍ଲକରେ ଜନ୍‌ସନ ୭୦ଟି ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ କରିଛନ୍ତି। ଏଠାରେ ପିଲାମାନେ ଦୌଡ଼, ବାସ୍କେଟବଲ, ଭଲିବଲ ଇତ୍ୟାଦି ଖେଳିବାର ସୁଯୋଗ ପାଉଛନ୍ତି। ସାଇନ୍ସ ପାର୍କ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସରୁ ଏବେ ପାଖାପାଖି ୧୦,୦୦୦ ଗ୍ରାମୀଣ ପିଲା ଉପକୃତ ହେଉଛନ୍ତି।