ଏଇ ଭାରତରେ

ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ ଏହା ସମ୍ଭବ ହୋଇପାରିବ। ଜଣଙ୍କର କିଡ୍‌ନୀ, ଚକ୍ଷୁ, ହୃତ୍‌ପିଣ୍ଡ ଭଳି ବିଭିନ୍ନ ଅଙ୍ଗ ଏକାଧିକ ଲୋକଙ୍କଠାରେ ପ୍ରତିରୋପଣ କରାଯାଇପାରେ। ତେବେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛତିଶଗଡ଼ ଭିଲାଇରେ ଏକ ବିବାହ ଉତ୍ସବରେ ଯୋଗଦେଇଥିବା ୬ଶହ ଅତିଥି ନେତ୍ରଦାନ ପାଇଁ ଶପଥ ନେଇଛନ୍ତି। ସ୍ଥାନୀୟ ସେକ୍ଟର-୭ ବାସିନ୍ଦା ସଞ୍ଜୟ ପାଣ୍ଡେ ନିଜ ସାନଝିଅ ଶ୍ରଦ୍ଧାର ବିବାହ ଉତ୍ସବରେ ଏଭଳି ଶପଥପାଠ ଉତ୍ସବ କରାଇଥିଲେ। ଶ୍ରଦ୍ଧାଙ୍କ ବିବାହ ଉତ୍ସବରେ କୌଣସି ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର କରାଯାଇ ନାହିଁ। ଏହି ନିଆରା ବିବାହ ଉତ୍ସବ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।