ଏଇ ଭାରତରେ

ସାଧାରଣରେ ଅନେକ ଶିକ୍ଷିତ ଯୁବକ କୁହନ୍ତି, ଚାଷରେ ଭଲ ଲାଭ ହେଉନାହିଁ। କିନ୍ତୁ ଏଭଳି ଯୁକ୍ତିକୁ ମିଥ୍ୟା ପ୍ରମାଣ କରିଛନ୍ତି କେରଳର ଜିତୁ ଥୋମାସ୍‌। ସେ ଓ ତାଙ୍କ ମା’ ଛତୁ ଚାଷକରି ଦିନକୁ ୪୦,୦୦୦ ଟଙ୍କା ରୋଜଗାର କରୁଛନ୍ତି। ଜିତୁ ୧୯ ବର୍ଷ ବୟସରେ ଛତୁଚାଷ କରିବାକୁ ଆଗ୍ରହୀ ହୋଇଥିଲେ। ଏଥିରେ ତାଙ୍କ ମା’ ଲିନା ଥୋମାସ୍‌ ସହଯୋଗ କରିଥିଲେ। ପରେ ଜିତୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଇ ଆଧୁନିକ ଜ୍ଞାନକୌଶଳ ଉପଯୋଗରେ ଏହି ଚାଷ ଆଗକୁ ବଢ଼ାଇଥିଲେ। ୫୦୦୦ ବର୍ଗଫୁଟ ଜାଗାରେ ପାରମ୍ପରିକ ପଦ୍ଧତିରେ ୫,୦୦୦ ବେଡ୍‌ ରହୁଥିବାବେଳେ ଜିତୁ ସେତିକି ଜମିରେ ୨୦,୦୦୦ ବେଡ୍‌ ରଖିପାରିଛନ୍ତି। ପ୍ରତିଦିନ ସେ ୧ କୁଇଣ୍ଟାଲରୁ ଅଧିକ ଛତୁ ଅମଳ କରୁଛନ୍ତି। ସେ ବିନା ମଧ୍ୟସ୍ଥରେ ଖାଉଟିମାନଙ୍କୁ ବିକ୍ରି କରୁଛନ୍ତି। ଫଳରେ ମାକେର୍ଟରେ ତାହା ଶସ୍ତା ରହୁଛି ଓ ଅଧିକ ବିକ୍ରି ମଧ୍ୟ ହେଉଛି। କେବଳ କେବଳ ଏତିକି ନୁହେଁ, ସେ ଛତୁଚାଷ ସମ୍ପର୍କରେ ୧,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇସାରିଲେଣି।