ଏଇ ଭାରତରେ

କୃଷି ଇଞ୍ଜିନିୟରିଂ ପାସ୍‌ କରିବା ପରେ ଡ୍ରାଗନ ଫ୍ରୁଟ୍ସ ଚାଷ କରି ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରୁଛନ୍ତି ମହାରାଷ୍ଟ୍ରର ମହେଶ ଅଶାବେ। ସେ ଆଗାମୀ ପିଢ଼ିଙ୍କୁ ବାଟ ଦେଖାଇଛନ୍ତି। ଥରେ ଡ୍ରାଗନ ଚାଷ ଆରମ୍ଭ କଲେ ଏହା ୨୦ରୁ ୨୫ ବର୍ଷ ଯାଏ ଅମଳକ୍ଷମ ରହିବ। ଡ୍ରାଗନ ଗ୍ରୀଷ୍ମର ପ୍ରକୋପ ସହ୍ୟ କରିବା ସହ ଯେ କୌଣସି ମାଟିରେ ଏହାକୁ ଚାଷ କରାଯାଇପାରେ କୁହନ୍ତି ମହେଶ। ସୋଲାପୁର ଜିଲାର ତାଙ୍କ ଗାଁ ଶୁଷ୍କ ଅଞ୍ଚଳ ହୋଇଥିବାରୁ ଏହି ଚାଷ ପ୍ରତି ସେ ଆଗ୍ରହୀ ହୋଇଥିଲେ। ୨୦୧୨ରେ ୯,୦୦୦ ଚାରା ଆଣି ୩ ଏକର ଜମିରେ ଲଗାଇଥିଲେ ଓ ଚାଷରେ ମୋଟ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ପ୍ରଥମ ବର୍ଷ କୌଣସି ଲାଭ ପାଇ ନ ଥିଲେ। ଏଥିରେ ସେ ନିରାଶ ନ ହୋଇ ତାହାର ଯତ୍ନ ନେବାରେ ଅବହେଳା କରି ନ ଥିଲେ। ଦୁଇବର୍ଷରୁ ଫଳ ଧରିଲା ପରେ ସେ ଲାଭ ପାଇଲେ। ଏବେ ସେ ପ୍ରତ୍ୟେକ ବର୍ଷ ଏଥିରୁ ୨ କୋଟି ଟଙ୍କା ପାଉଛନ୍ତି। ଏହାସହ ଡ୍ରାଗନ ଫ୍ରୁଟ୍ସରୁ ସେ ଜୁସ୍‌, ସ୍କ୍ବାସ୍‌, ଜାମ୍‌ ଓ ଚକୋଲେଟ ତିଆରି କରିବାକୁ ଯୋଜନା କରିଛନ୍ତି।