ଏଇ ଭାରତରେ

ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଭାରତ। ଅନେକ ସମସ୍ୟା ମଧ୍ୟରେ ଦେଶ ଛନ୍ଦି ହୋଇଥିବାବେଳେ ସେଥିମଧ୍ୟରେ ଶିଶୁ ଚାଲାଣ ଏକ ଚିନ୍ତାଜନକ ବିଷୟ ହୋଇଛି। ଦେଶରୁ ବର୍ଷକୁ ପ୍ରାୟ ୧,୩୫, ୦୦୦ ପିଲା ବାହାରକୁ ଚାଲାଣ ହେଉଥିବାବେଳେ ଏମାନଙ୍କ ମଧ୍ୟରେ ସଂଖ୍ୟାଧିକ ହେଉଛନ୍ତି ଝିଅ। ଏଭଳି ବେଆଇନ ଚାଲାଣକୁ ରୋକିବା ଲାଗି ପ୍ରଶାସନିକ ପଦକ୍ଷେପ ନିଆଯାଉଥିଲେ ବି ଏଥିରେ ଆଶାନୁରୂପ ସଫଳତା ମିଳିପାରୁନାହିଁ। କିନ୍ତୁ ଏ ଦିଗରେ ଜଣେ ମହିଳାଙ୍କ ପ୍ରଚେଷ୍ଟା ଏକ ଉଦାହରଣ ସୃଷ୍ଟି କରିଛି। ଆସାମର ପଲ୍ଲବୀ ଘୋଷ ଦେଶର ବିଭିନ୍ନ ଅଞ୍ଚଳରେ ୭୫,୦୦୦ ମହିଳାଙ୍କୁ ନେଇ ଏକ ଆର୍ମି ଗଠନ କରିଛନ୍ତି, ଯାହା ଶିଶୁ ବିଶେଷକରି ଝିଅ ଚାଲାଣ ରୋକିବାରେ ପ୍ରଶଂସନୀୟ କାର୍ଯ୍ୟ କରିପାରିଛି। ପଲ୍ଲବୀ ‘ଇମ୍ପାକ୍ଟ ଆଣ୍ଡ୍‌ ଡାଇଲଗ୍‌ ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ମହିଳା ସେନାର ପରିଚାଳନା କରିବା ସହ ଏବେ ସୁଦ୍ଧା ୧୦,୦୦୦ ପିଲାଙ୍କୁ ଉଦ୍ଧାର କରିସାରିଲେଣି। କେବଳ ଉଦ୍ଧାର କାର୍ଯ୍ୟରେ ସୀମିତ ରହିନାହାନ୍ତି ପଲ୍ଲବୀ ବରଂ ସେମାନଙ୍କୁ ମଧ୍ୟ ଥଇଥାନ କରାଇବା ବ୍ୟବସ୍ଥା କରୁଛନ୍ତି।