ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏହି ଖାଦ୍ୟର ଲୋକପ୍ରିୟତାକୁ ଲକ୍ଷ୍ୟକରି ସୌଭିକ୍‌ ଧର୍‌ ଏକ ସ୍ବୟଂଚାଳିତ ମୋମୋ ମେକିଂ ମେଶିନ ତିଆରି କରିଛନ୍ତି। ଏହି ମେଶିନରେ ଦିନକୁ ୧ ଲକ୍ଷ ମୋମୋ ତିଆରି କରାଯାଇପାରୁଛି। ସୌଭିକ ଏନ୍‌ଆଇଟିରୁ ଡିଗ୍ରୀ ହାସଲ କରିବା ପରେ ଡିଆର୍‌ଡିଓରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଚାକିରି ଛାଡ଼ି ସେ ମୋମୋ ମେଶିନ ତିଆରି କରିବାକୁ ଉତ୍ସାହୀ ହୋଇଥିଲେ। ପରେ ଚାଇନା ଓ କୋରିଆକୁ ବହୁଥର ଗସ୍ତକରି ଏ ସମ୍ପର୍କରେ ଜ୍ଞାନକୌଶଳ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଏହି ମୋମୋ ମେଶିନରେ ତିନିଟି ଭିନ୍ନ ୟୁନିଟ୍‌ ରହିଛି ଓ ପ୍ରତ୍ୟେକ ୟୁନିଟ ୧ ଘଣ୍ଟାରେ ୮,୦୦୦ ମୋମୋ ତିଆରି କରିପାରୁଛି। ସୌଭିକ ତାଙ୍କ ହାତ ତିଆରି ମୋମୋ ମେଶିନ ବିକ୍ରି କରି ବର୍ଷକୁ ୨୫ କୋଟି ଟଙ୍କା ରୋଜଗାର କରିପାରୁଛନ୍ତି।