Advertisement

ଏଇ ଭାରତରେ

ଅନେକ ସମୟରେ ଦେଖାଯାଏ ଗରିବ ପିଲାମାନେ ଦାମୀ ବହି କିଣିପାରନ୍ତି ନାହିଁ। ସାଙ୍ଗସାଥୀ କିମ୍ବା ଲାଇବ୍ରେରିରୁ ବହି ଆଣି ପଢ଼ିଥାନ୍ତି। ଏଭଳି ସମସ୍ୟାର ସାମ୍ନା କରିଥିଲେ ଅକ୍ଷୟ କଶ୍ୟପ, ଯେଉଁଥିପାଇଁ ସେ ସେକେଣ୍ଡହ୍ୟାଣ୍ଡ ବା ବ୍ୟବହାର ହୋଇଥିବା ପୁରୁଣା ବହି ସଂଗ୍ରହ କରି ତାହାକୁ ଶସ୍ତାରେ ପିଲାମାନଙ୍କୁ ବିକ୍ରି କରୁଛନ୍ତି। ମୁଜାଫରପୁରରେ ରହୁଥିବା ଅକ୍ଷୟ ତାଙ୍କ ସାଙ୍ଗ ଶ୍ରୀଞ୍ଜାନ କୁମାରଙ୍କ ସହ ମିଶି ୨୦୨୨ରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ‘କିତାବଓ୍ବାଲା’ ଆରମ୍ଭ କରିଥିଲେ। ସେମାନେ ଏବେ ସୁଦ୍ଧା ୬,୦୦୦ ବହି ବିକ୍ରି କରିସାରିଲେଣି ଓ ଦୁଇ ବର୍ଷ ମଧ୍ୟରେ ଏଥିରୁ ସେମାନେ ୮ ଲକ୍ଷ ଟଙ୍କା ପାଇଛନ୍ତି। ସେମାନେ ସ୍କୁଲ, କଲେଜ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବଶ୍ୟକ ବହି ଯୋଗାଇ ଦେଉଛନ୍ତି। ଅକ୍ଷୟ ଓ ଶ୍ରୀଞ୍ଜାନ ପ୍ରଥମେ ୮୦୦ ଟଙ୍କାର ପୁରୁଣା ବହି କିଣି ଏହି ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ମୁଜାଫରପୁରରୁ ତାଙ୍କ ବ୍ୟବସାୟକୁ ପାଟନା ଓ ବିହାରର ଅନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ କରିପାରିଛନ୍ତି। ସେମାନେ ପ୍ରତିଦିନ ୨୦୦-୨୫୦ ଗ୍ରାହକଙ୍କୁ ବହି ଯୋଗାଇ ଦେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel