ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌ ଫାର୍ମରେ ଏହି ଖତ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। ଏହିି ଫାର୍ମ ସେ ୧୯୯୬ରେ ଆରମ୍ଭ କରିଥିଲେ। ସେ ବର୍ତ୍ତମାନ ୧୦୦୦ ବେଡ୍‌ରୁ ୫ ଟନ୍‌ ଖତ ପ୍ରସ୍ତୁତ କରିପାରୁଛନ୍ତି। ଏଥିରୁ ସେ ପ୍ରତିଦିନ ୫୦,୦୦୦ ଟଙ୍କା ପାଉଛନ୍ତି। ଜିଆଖତ ତିଆରି ସମ୍ପର୍କରେ ଅବଦୁଲ କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ନେବାପରେ ୨୦୦୨ରେ ଏହାର ଉପତ୍ାଦନ ଆରମ୍ଭ କରିଥିଲେ। ଏବେ ସେ ବର୍ଷକୁ ୫୦ କେଜି ବିଶିଷ୍ଟ ୩୬,୦୦୦ ପ୍ୟାକେଟ ଖତ ଉପତ୍ାଦନ କରୁଛନ୍ତି। କେବଳ ଏତିକି ନୁହେଁ ଅବଦୁଲ ସାରା କଶ୍ମୀରର ୧୫୦ ଜଣଙ୍କର ପଥ ପ୍ରଦର୍ଶକ ପାଲଟିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଗୃହିଣୀ ରହିଛନ୍ତି। ଅବଦୁଲଙ୍କ ପ୍ରୋତ୍ସାହନରେ ଏବେ ସେମାନେ ଖତ ତିଆରି କରି ବେଶ୍‌ ଲାଭବାନ୍‌ ହୋଇପାରିଛନ୍ତି।