ଏଇ ଭାରତରେ

ଏକ ବିକଶିତ ପର୍ଯ୍ୟଟନସ୍ଥଳୀକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିବା ଏକ ସାଧାରଣ କଥା। କିନ୍ତୁ ହିମାଚଳ ପ୍ରଦେଶର ଗୋଟିଏ ନିପଟ ସଫସଲ ଗାଁ କିୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ନିଶ୍ଚିତ ଭାବେ ଏକ ଭିନ୍ନ ଦିଗକୁ ସୂଚିତ କରେ। ଏହି ଦିଗଟି ହେଉଛି, ଗାଁରେ ପୁରାତନ ଘରେ ରହିବା ଓ ଜଣେ ଚାଷୀଙ୍କ ଦ୍ୱାରା ବିକଶିତ ଫାର୍ମର ସୌନ୍ଦର୍ଯ୍ୟ ତଥା ବ୍ୟବସ୍ଥାକୁ ଉପଭୋଗ କରିବା। ୨୦୧୬ରେ କୁନ୍ଦନ ଓ ତାଙ୍କ ପରିବାର ଅତିଥିମାନଙ୍କୁ ତାଙ୍କର ଶହେ ବର୍ଷର ପୁରୁଣା ଘରେ ରଖିବାର ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଜଣେ କି ଦୁଇଜଣ ଅତିଥି ପର୍ଯ୍ୟଟକ ଆସୁଥିବାବେଳେ ଏବେ ଏହା ଅନେକ ଶହରେ ପହଞ୍ଚିଲାଣି। ଘରେ ରହିବା ପାଇଁ ଦିନକୁ ୧୦୦୦ ଟଙ୍କା ଦେୟ ସ୍ଥିର କରିଛନ୍ତି। ଅଷ୍ଟ୍ରେଲିଆ, ଜର୍ମାନୀ, ଇଟାଲୀ ଏବଂ ଫିଲିପାଇନ୍ସରୁ ଅଧିକ ପର୍ଯ୍ୟଟକ ଆସି ଫାର୍ମକୁ ଉପଭୋଗ କରୁଛନ୍ତି। ଫାର୍ମରେ ସେଓ ବଗିଚା ରହିଛି। ଏହା ସହ ସେଠାରେ ଗହମ ଓ ଡାଲିଜାତୀୟ ଫସଲ ଉତ୍ପାଦନ କରାଯାଉଛି।