ଏଇ ଭାରତରେ

ପିଲାଙ୍କ ଖୁସି ପାଇଁ ସବୁକିଛି ତ୍ୟାଗ କରିବାକୁ ପଛାନ୍ତି ନାହିଁ ମାତାପିତା, କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନେ ପିଲାମାନଙ୍କୁ ଏକ ଯନ୍ତ୍ରଣାମୟ ଜୀବନ ବଞ୍ଚିବା ପାଇଁ ବାଧ୍ୟ କରନ୍ତି। ବିଶ୍ୱାସ ହେଉ ନ ଥିଲେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ବାଲିୟର ରେଳଷ୍ଟେଶନରେ। ଏଠାରେ ତିନି ସନ୍ତାନଙ୍କୁ ଛାଡି ଦେଇ ପଳାୟନ କରିଛନ୍ତି ଦମ୍ପତି।
ତିନି ସନ୍ତାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଝିଅ ଏବଂ ଗୋଟିଏ ୨ ମାସର ଶିଶୁପୁତ୍ର। ଏମାନଙ୍କ ମଧ୍ୟରେ ବଡ ଝିଅର ବୟସ ୭ ବର୍ଷ ଓ ସାନ ଝିଅର ବୟସ ୬ ବର୍ଷ , କିନ୍ତୁ ସେମାନେ ତାଙ୍କ ମାତାପିତାଙ୍କ ବିଷୟରେ କିଛି ବି କହିପାରୁ ନାହାନ୍ତି ା ତେବେ ସେମାନେ ନିଜ ମାତାପିତାଙ୍କ ସହ ଷ୍ଟେଶନକୁ ଆସିଥିଲେ ଏବଂ ସେଠାରେ ଛାଡି ସେମାନେ ଚାଲି ଯାଇଛନ୍ତି। ଦୀର୍ଘ ସମୟ ପିଲାମାନେ ସେହିଠାରେ ବସି ରହିଥିବା ଦେଖି ଆର୍‌ପିଏଫ୍‌ ସେମାନଙ୍କୁ ଉଦ୍ଧାର କରି ମହିଳା ଏବଂ ବାଳ ବିକାଶ କେନ୍ଦ୍ରରେ ଭର୍ତ୍ତି କରିଛି। ଘଟଣା ସମ୍ପର୍କରେ ଜାଣିବା ପାଇଁ ପୋଲିସ ଯାଞ୍ଚ ଆରମ୍ଭ କରିଛି। ତେବେ ପିଲାଙ୍କ ମାତାପିତାଙ୍କୁ ଠାବ କରିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଶା ରଖିଛି ପୋଲିସ।