ଏଇ ଭାରତରେ

ଇଞ୍ଜିନିୟରିଂ ପରେ ବିହାରର ପ୍ରଭାତ କୁମାର ପାଖାପାଖି ୫୦୦ ଗ୍ରାମର ୨୫,୦୦୦ କୃଷକଙ୍କୁ ସଶକ୍ତ କରିପାରିଛନ୍ତି। କୃଷକମାନେ ପିଆଜ, ଛତୁ ଓ ମକା ଚାଷ କରି ଆୟ ଦୁଇଗୁଣ ବଢ଼ାଇପାରିଛନ୍ତି। ୨୦୧୫ରେ ଇଞ୍ଜିନିୟରିଂ ପରେ ସେ ଗୟା ଜିଲାର ତାଙ୍କ ସହରକୁ ଫେରି ‘ସମ୍‌ଆର୍ଥ’ ଏନ୍‌ଜିଓ ଗଠନ କରି ଚାଷୀମାନଙ୍କ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ। ଏବେ ତାଙ୍କ ସଂସ୍ଥା ବିହାରର ଗୟା, ଜେହାନାବାଦ, ଅରଓ୍ବାଲ, ଓରଙ୍ଗାବାଦ, ନଓ୍ବାଡ ଏବଂ ନାଳନ୍ଦା ଜିଲାରେ କାର୍ଯ୍ୟ କରୁଛି ଓ ସେଠାକାର କୃଷକମାନଙ୍କୁ ପିଆଜ, ମକା ଚାଷ ପାଇଁ ପ୍ରୋତ୍ସାହିତ କରୁଛି। କୃଷକମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସେ ମହାରାଷ୍ଟ୍ର ପଠାଉଛନ୍ତି। କମ୍‌ ମୂଲ୍ୟରେ ଷ୍ଟୋରେଜ ସୁବିଧା ମଧ୍ୟ ସେ ଯୋଗାଇ ଦେଉଛନ୍ତି। ଏବେ ଫାର୍ମରୁ ୬୦୦ କେଜି ଛତୁ ଦିନକୁ ବାହାରୁଛି।