ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର ଦୁଇ ବନ୍ଧୁ ସକେତ ଆସତି ଓ ଅଙ୍କୁର ଚୌରାସିଆ ଡିଗିକ୍ୟୁରେ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି ସେବା ଯୋଗାଇ ଦେଉଛନ୍ତି। ଉକ୍ତ ଷ୍ଟାର୍ଟଅପ୍‌କୁ ସେମାନେ ୨୦୨୦ରେ ପ୍ରତିଷ୍ଠା କରିଥିଲେ। ସେ ଟେଲିକନ୍‌ସଲଟେଶନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାରେ ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି । ଏଥିପାଇଁ ଲୋକମାନଙ୍କୁ ସକ୍ଷମ କାର୍ଡ ଦିଆଯାଉଛି, ଯାହାଦ୍ୱାରା ସେମାନେ ଏହି ସେବା ପାଉଛନ୍ତି। ଏ ପର୍ଯ୍ୟନ୍ତ ତିନିବନ୍ଧୁ ମଧ୍ୟପ୍ରଦେଶର ୨୦,୦୦୦ ଲୋକଙ୍କୁ ଏହି ସେବା ଯୋଗାଇ ଦେଇସାରିଲେଣି। ସେମାନେ ଲୋକମାନଙ୍କୁ ବି ଡିଜିଟାଲ ପ୍ରେସ୍‌କ୍ରିପଶନ ଏବଂ ଲାବ୍‌ ଟେଷ୍ଟ ସର୍ଭିସ ମଧ୍ୟ ଯୋଗାଇ ଦେଉଛନ୍ତି । ଏପରି କି ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ ତାଙ୍କ ସହଭାଗୀ ହସ୍ପିିଟାଲକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି।
୩୬୫ ଟଙ୍କା ଦେଲେ ଲୋକେ ବର୍ଷସାରା ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଡିଗିକ୍ୟୁରେ ୧୦ ହସ୍ପିଟାଲର ୬୦ ଜଣ ଡାକ୍ତର ଯୋଡି ହୋଇଛନ୍ତି।