ଏଇ ଭାରତରେ

୨୫ ବର୍ଷ ବୟସରେ ଜଣେ ସଫଳ କୃଷି ଉଦ୍ୟୋଗୀ ଭାବେ ପରିଚିତି ହାସଲ କରିଛନ୍ତି ଉତ୍ତରପ୍ରଦେଶର ୟାଶ ଦୟାଲ ଶର୍ମା। ଶାହରନପୁର ନିବାସୀ ଶର୍ମା ଜୈବିକ କୃଷି ବର୍ଜ୍ୟରୁ ଜିଆଖତ ପ୍ରସ୍ତୁତ କରୁଛନ୍ତି। କେବଳ ସେତିକି ନୁହେଁ ସେ ୨୫୦୦ କୃଷକଙ୍କୁ ଜୈବିକ ଜିଆଖତ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ଏହି ଅଭିଯାନ ସେ ପଶ୍ଚିମ ଉତ୍ତରପ୍ରଦେଶର କୃଷି ଅଧିକାରୀଙ୍କ ସହଯୋଗରେ ଆଗକୁ ବଢାଇଛନ୍ତି। ଶର୍ମା ଜୁନ୍‌ ୨୦୨୧ରେ ‘ଫର୍ଟିଲାଇଜି ବିଘା’ କମ୍ପାନୀ ମାଧ୍ୟମରେ ଖତ ତିଆରି କରୁଛନ୍ତି। ବିଗତ ୩ ବର୍ଷର ୨,୫୦୦ ଟନ ଜୈବିକ ବର୍ଜ୍ୟକୁ ଖତ କରିସାରିଲେଣି। ଏହାବାଦ୍‌ ୨୦୦ କୃଷକଙ୍କ ସହ ସିଧାସଳଖ ଜଡ଼ିତ ରହିଛନ୍ତି। ଏହି ପ୍ରକ୍ରିୟାରେ ୯୫୦ ଟନ ନଡ଼ାପୋଡି ରୋକାଯାଇଥିବା କୁହନ୍ତି ଶର୍ମା। ସେ ଜୈବିକ ବର୍ଜ୍ୟ ସହ ଗୋବର ମିଶାଇ ଜିଆଖତ ପ୍ରସ୍ତୁତ କରୁଛନ୍ତି ଓ ବିଗତ ୨ ମାସ ମଧ୍ୟରେ ଏଥିରୁ ୧୩.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି।