ଏଇ ଭାରତରେ

ଦିବ୍ୟାଙ୍ଗ ହେଲେ ବି ଦକ୍ଷତାର ପରିଚୟ ଦେଇଛନ୍ତି ଅକୁଲ ବିଶ୍ୱାସ। ସେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଝାରଖାଲି ସବୁଜ ବାହିନୀ ଗଠନ କରି ସୁନ୍ଦରବନର ହେନ୍ତାଳ ବନ ସଂରକ୍ଷଣ ପାଇଁ କାମ କରୁଛନ୍ତି। ଏହି ସଂଗଠନରେ ୨୩ଟି ଗାଁର ୨୦୦ରୁ ଅଧିକ ଗୃହିଣୀଙ୍କୁ ସାମିଲ କରିଛନ୍ତି। ଅକୁଲ ୨୦୦୫ରେ ପ୍ରଥମେ ବିଦ୍ୟାଧରି ନଦୀ ତଟରେ ମ୍ୟାନଗ୍ରୋଭ ଚାରାରୋପଣ ଆରମ୍ଭ କରିଥିଲେ। ତାହା ସେ ଏକୁଟିଆ କରୁଥିଲେ। ପରେ ସ୍ଥାନୀୟ ଲୋକେ ଅକୁଲଙ୍କ ସହ ସାମିଲ ହେବାରେ ଲାଗିଲେ। ମହିଳାମାନେ ପ୍ରତିଦିନ ମ୍ୟାନଗ୍ରୋଭ ମଞ୍ଜି ସଂଗ୍ରହ କରି ତାହାକୁ ନର୍ସରି ବ୍ୟାଗ୍‌ରେ ଲଗାଉଛନ୍ତି ଓ ଗଛ ହେବା ପରେ ସେମାନେ ଦିନକୁ ୨ ଘଣ୍ଟା ସମୟ ଦେଇ ପ୍ରାୟ ୨୦୦-୨୫୦ ଗଛ ଲଗାଉଛନ୍ତି। ଅକୁଲ ମ୍ୟାନଗ୍ରୋଭ ଜଙ୍ଗଲର ସୁରକ୍ଷାରେ ବିଭିନ୍ନ ପଞ୍ଚାୟତକୁ ସହଯୋଗ କରୁଛନ୍ତି। ସୁନ୍ଦରବନରେ ରହୁଥିବା ପରିବାରଗୁଡ଼ିକୁ ନିର୍ଦ୍ଦିଷ୍ଟ ପରିମାଣର ଜମି ଦେଇ ସେଠାରେ ଜଙ୍ଗଲ ସୃଷ୍ଟି କରିବା ଲାଗି ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରୁ ଖାରେ ନାମକ ଜଣେ ବ୍ୟକ୍ତି ପ୍ରାଣୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଚାକିରିରୁ ସମୟ ବାହାର କରି ଅସହାୟ ପ୍ରାଣୀଙ୍କ ସୁରକ୍ଷାରେ...

ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ।...

ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ...

ବୈବାହିକ ସମ୍ପର୍କରେ ତିକ୍ତତା

ବାହାଘରର କିଛି ମାସ ପରେ ଆମେ ଶୁଣୁଛୁ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହେଉଛି ଓ ସେମାନେ ଡିଭୋର୍ସ ଫାଇଲ କରିଛନ୍ତି। ଏଭଳି ପରିସ୍ଥିତି ଉଭୟ ଲଭ...

ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର...

ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର...

ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ,...

ଏମ୍‌ଏଲ୍‌ଏଙ୍କୁ ଅଣଦେଖା

ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ କେନ୍ଦ୍ର ଓ ଦିଲ୍ଲୀରେ କ୍ଷମତାରେ ଥିବାରୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ସରଳରେ ଏବଂ ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image