ଏଇ ଭାରତରେ

ଆମ ଦେଶରେ କୃଷି ଉପତ୍ାଦ ଓ ବଜାର ମଧ୍ୟରେ ମଧ୍ୟସ୍ଥିଙ୍କ ଉପସ୍ଥିତି ଯୋଗୁ ଚାଷୀ କମ୍‌ ଲାଭ ପାଉଛନ୍ତି। ଏଭଳି ସମସ୍ୟାକୁ ଦୂର କରି ଭଲ ଲାଭ ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ର ରତ୍ନଗିରିର ଆମ୍ବ ଚାଷୀମାନେ। ୩୦୦ ଆମ୍ବଚାଷୀ ଏକ କୃଷି ଉପତ୍ାଦ କମ୍ପାନୀ ଗଠନ କରି ସେମାନଙ୍କ ଉପତ୍ାଦିତ ଆଲଫୋନ୍‌ସୋ ଆମ୍ବକୁ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି। ସେମାନେ ଏହି ଆମ୍ବକୁ ‘ଆମୋର’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ଆମୋର ଏକ ଇଟାଲୀୟ ଶବ୍ଦ, ଯାହାର ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱରେ ଲୋକମାନେ ଏହାକୁ ଭଲ ପାଉଥିବାରୁ ଏହାର ବ୍ରାଣ୍ଡ୍‌ ନାମ ଏଭଳି ରଖାଯାଇଛି। କୁହାଯାଏ ଆଲଫୋନ୍‌ସୋ ହେଉଛି ଆମ୍ବର ରାଜା। ଏହାର ଚାହିଦା ମଧ୍ୟ ଆକାଶଛୁଆଁ। କେବଳ ଭାରତରେ ନୁହେଁ ଚାଷୀମାନେ ଇଂଲଣ୍ଡ, କାନାଡ଼ା, ଆମେରିକା ଓ କୁଏତ୍‌ ଆଦି ଦେଶକୁ ବିନା ମଧ୍ୟସ୍ଥିରେ ୧୦ ଟନ ଆମ୍ବ ରପ୍ତାନି କରିବାରେ ସକ୍ଷମ ହୋଇଛନ୍ତି। ଦେଶରେ ବିଶେଷକରି ଦିଲ୍ଲୀ, ଲକ୍ଷ୍ନୌ, ଗୁର୍‌ଗାଁଓ ଏବଂ ବେଙ୍ଗାଲୁରୁରେ ଚଳିତବର୍ଷ ଏମାନେ ଏକ ଡଜନ ଆମ୍ବକୁ ୯୦୦ ଟଙ୍କା ମୂଲ୍ୟରେ ୩୫ ଟନ ଆମ୍ବ ବିକ୍ରି କରିଛନ୍ତି।