ଏଇ ଭାରତରେ

ସେନା ଓ ପୋଲିସ ବାହିନୀରେ କୁକୁରଙ୍କୁ ଏବେ ଅଧିକ ସଂଖ୍ୟାରେ ସାମିଲ କରାଯାଉଛି। ଏହାର କାରଣ ହେଉଛି ସେମାନେ ତୀବ୍ର ଆଘ୍ରାଣ ଶକ୍ତି ବିସ୍ଫୋରକ କିମ୍ବା ଶତ୍ରୁକୁ ସହଜରେ ସନ୍ଧାନ କରିପାରୁଛନ୍ତି। ଏଭଳି ଏକ କୁକୁର ହେଉଛି ତାରା। ତେଲଙ୍ଗାନା ଆଦିଲାବାଦ ଜିଲା ପୋଲିସରେ ସେ କାର୍ଯ୍ୟରତ ଥିଲା। ସେ ବିସ୍ଫୋରକ ସନ୍ଧାନ କରିବାରେ ପୂରା ଦକ୍ଷ ଥିଲା ଓ ଏହା ତାକୁ ନିଆର ପରିଚୟ ଦେଇଥିଲା। ପୋଲିସରେ ୧୧ ବର୍ଷ କାମ କରିବା ପରେ ଅବସର ନେଇଛି ତାରା। ଅବସରକାଳୀନ ଉତ୍ସବ ମଧ୍ୟ ନିଆରା ଢଙ୍ଗରେ ପାଳନ କରାଯାଇଛି। ପୋଲିସ ଅଧୀକ୍ଷକ ଗୌଶ ଆଲାମ୍‌ ତାକୁ ଫୁଲମାଳ ପିନ୍ଧାଇ ଶାଲ୍‌ ଦେଇଛନ୍ତି। ଏହି ସମୟରେ ଅନ୍ୟ ପୋଲିସ ତାରାର ଜୟଜୟକାର କରୁଥିଲେ। କେବଳ ଏତିକି ନୁହେଁ ଆୟୋଜିତ ଉତ୍ସବର କ୍ୟାପ୍‌ଶନରେ ତାରାର କ୍ୟାରିୟର ବିଷୟରେ ଲେଖାଯାଇଛି। ତାହାର ଜନ୍ମ ୨୨ ଜାନୁଆରୀ ୨୦୧୩ରେ। ପ୍ରଥମେ ମୋଇନବାଦର ଇଣ୍ଟିଗ୍ରେଟେଡ ଇଣ୍ଟେଲିଜେନ୍ସ ଟ୍ରେନିଂ ଏକାଡେମୀରେ ସେ ଯୋଗ ଦେଇଥିଲା। ପରେ ଆଦିଲାବାଦ ଫୋର୍ସରେ ଯୋଗ ଦେଇ କାମ କରୁଥିଲା।