ଏଇ ଭାରତରେ

ଏମିତି ବ୍ୟକ୍ତି ଦେଖିଛନ୍ତି ଯିଏ ତାଙ୍କ ସବୁ ସଞ୍ଚତ୍ତ ଧନ ଓ ସ୍ତ୍ରୀଙ୍କ ଗହଣା ବିକ୍ରି କରି ଗରିବଙ୍କୁ ଖାଦ୍ୟ ଯୋଗାଉଛନ୍ତି? ହଁ, ଦିଲ୍ଲୀର ପ୍ରବୀଣ ଗୋୟଲ ଏହି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ‘ଶ୍ୟାମ ଗୋୟଲ ରୋଷେଇ’ଟ୍ରଷ୍ଟ ମାଧ୍ୟମରେ ଗରିବଙ୍କୁ ୪ ବର୍ଷ ହେଲା ସେ ୧ଟଙ୍କାରେ ଖାଦ୍ୟ ଦେଉଛନ୍ତି। ସେ ସବୁଦିନ ଗରିବ ଲୋକଙ୍କୁ ଭାତ, ଡାଲି, ତରକାରି ଏବଂ ରୁଟି ଦେଉଛନ୍ତି। କେବଳ ଗରିବ ନୁହନ୍ତି ବରଂ ସବୁ ଅସହାୟ ବ୍ୟକ୍ତି ବି ଏଠାରେ ଖାଉଛନ୍ତି। ସେ ଥରେ ତାଙ୍କ ବ୍ୟବସାୟିକ କାର୍ଯ୍ୟରେ ବାହାଦୁରଗଡ଼ ଯିବା ସମୟରେ ଏକ ଢାବାରେ ପାଣି ପିଉଥିବାବେଳେ ଜଣେ ଲୋକ ୧୦ ଟଙ୍କାରେ ଖାଦ୍ୟ ମାଗିବାରୁ ଢାବା ମାଲିକ ମନା କରିଦେଲେ। ଏହି ଘଟଣା ପ୍ରବୀଣଙ୍କୁ ପ୍ରଭାବିତ କରିଥିଲା ଓ ସେ ସେହି ଲୋକଙ୍କୁ ଖାଦ୍ୟ ପାଇଁ ୧୦୦ ଟଙ୍କା ଦେଇଥିଲେ। ପ୍ରବୀଣ ସେହିଦିନ ୧ ଟଙ୍କାରେ ଗରିବଙ୍କୁ ଖାଦ୍ୟ ଦେବା ଲାଗି ନିଷ୍ପତ୍ତି ନେଇଥିଲେ। ପ୍ରଥମେ ୧୦ ଟଙ୍କାରେ ମିଲ୍‌ ଦେବା ଆରମ୍ଭ କରିଥିଲେ ବି ଏବେ ୧ ଟଙ୍କାରେ ତାହା ଯୋଗାଇ ଦେଉଛନ୍ତି। ଏପରି କି କରୋନା ସମୟରେ ବି ଗରିବଙ୍କୁ ଖାଦ୍ୟ ଦେବାରେ ଅବହେଳା କରି ନ ଥିଲେ। ଶ୍ୟାମ ଗୋୟଲ ରୋଷେଇ ଟ୍ରଷ୍ଟରେ ଦେଶର ଅନେକ ଲୋକ ଯୋଡ଼ି ହୋଇଛନ୍ତି।