ଏଇ ଭାରତରେ

ଏସିରୁ ବାହାରୁ ଥିବା ପବନରୁ ପ୍ରଦୂଷଣ ଦୂର କରିବା ଲାଗି ରବି କୌଶିକ ଏକ ଏସି ପ୍ୟୁରିଫାୟର ତିଆରି କରିଛନ୍ତି। ଏବେ ଏହା ପାଖାପାଖି ୩ ହଜାର ଘରେ ଲାଗି ସାରିଲାଣି। ଆଇଆଇଟି କାନପୁରରେ କରାଯାଇଥିବା ଗବେଷଣା ନିଶ୍ଚିତ କରିଛି ଯେ ଏହି ପ୍ୟୁରିଫାୟର ୧ ଘଣ୍ଟା ମଧ୍ୟରେ ବାୟୁରୁ ପ୍ରଦୂଷଣ ଦୂର କରିପାରୁଛି। ୨୦୨୦ରେ ରବି ଆଇଆଇଟି ମୁମ୍ବାଇରୁ ଏରୋସୋଲ ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଏରୋସୋଲ ସାଇନ୍ସ ଓ ମାଇକ୍ରୋବାୟୋଲୋଜି ଉଭୟରେ କାମ ଆରମ୍ଭ କରିଥିଲେ। ଆଇଆଇଟି କାନପୁର ସହଯୋଗରେ ପ୍ରଥମ ପ୍ୟୁରିଫାୟର ନିର୍ମାଣ କରିବାକୁ ସକ୍ଷମ ହୋଇଥିଲେ। ରବି ୨୦୨୩ ‘ଏ ୟାର୍ଥ’ ଷ୍ଟାର୍ଟଅପ୍‌ ଆରମ୍ଭ କରି ଏହି ପ୍ୟୁରିଫାୟର ଉପତ୍ାଦନ ବୃଦ୍ଧି କରିବା ସହ ବିକ୍ରି ଆରମ୍ଭ କରିଥିଲେ। ଏହାକୁ ମଧ୍ୟ ସେ ଅନ୍‌ଲାଇନରେ ବିକ୍ରି କରୁଛନ୍ତି। ଏହାର ମୂଲ୍ୟ ରହିଛି ୨୦୦୦ ଟଙ୍କା।