ଏଇ ଭାରତରେ

ରକ୍ତଦାନ ହେଉଛି ମହତ୍‌ ଦାନ। ଏ କଥା କେହି ବୁଝନ୍ତୁ କି ନ ବୁଝନ୍ତୁ, ବୁଝିଛନ୍ତି ଦିଲ୍ଲୀ ପୋଲିସ୍‌ର ୨ କନ୍‌ଷ୍ଟେବଳ। ରକ୍ତଦାନ କରିବା ଦୁହିଁଙ୍କର ନିଶା ପାଲଟି ଯାଇଛି। ରକ୍ତଦାନ ପାଇଁ ଦେଶରେ ସଚେତନତା ଜାରି ରହିଥିବାବେଳେ ଦିଲ୍ଲୀ ପୋଲିସର ୨ଜଣ କନ୍‌ଷ୍ଟେବଳ ଦୀର୍ଘବର୍ଷ ଧରି ରକ୍ତଦାନ କରିଆସୁଛନ୍ତି। ଦୁହିଁଙ୍କର ପେସା ପୋଲିସ୍‌ଗିରି; ଅଥଚ ନିଶା ରକ୍ତଦାନ। ଦୁହେଁ ହେଉଛନ୍ତି ଅମିତ୍‌ ଫୋଗତ୍‌ ଏବଂ ଆଶିଷ କୁମାର। ଆଶିଷ ଇତିମଧ୍ୟରେ ୭୭ ଥର ରକ୍ତଦାନ କରିସାରିଥିବାବେଳେ ଅମିତ ୪୮ଥର ରକ୍ତଦାନ କରିଛନ୍ତି। ଆଶିଷ ୧୬ ବର୍ଷ ଧରି ରକ୍ତଦାନ କରିଆସୁଛନ୍ତି। ସେହିପରି ଅମିତ୍‌ ଗତ ୫ ବର୍ଷ ହେଲା ରକ୍ତଦାନ କରୁଛନ୍ତି। ଅମିତ୍‌ ଏକ ରକ୍ତଦାନ ସଂଗଠନ କରିଛନ୍ତି। ଏହାର ସଦସ୍ୟ ସଂଖ୍ୟା ୫୫। ସଦସ୍ୟମାନେ ନିୟମିତ ବ୍ୟବଧାନରେ ରକ୍ତଦାନ କରିଥାନ୍ତି। ଏହି ୨ କନ୍‌ଷ୍ଟେବଳଙ୍କୁ ନେଇ ଏବେ ଦିଲ୍ଲୀ ପୋଲିସ ବିଭାଗ ଗର୍ବ ଅନୁଭବ କରୁଛି।