ଏଇ ଭାରତରେ

ନିଶାଦ୍ରବ୍ୟ ସେବନ ଖରାପ ଅଭ୍ୟାସ। ଏହି ବଦଭ୍ୟାସଠାରୁ ଦୂରେଇ ରହିଛନ୍ତି ଗୋଟିଏ ଗଁ।ର ବାସିନ୍ଦା। ହରିୟାଣାର ଶେଷ ମୁଣ୍ଡରେ ରାଜସ୍ଥାନକୁ ଲାଗିଥିବା ଗାଁ ହେଉଛି ଟିକଲା। ଏହି ଗାଁରେ କେହି କେବେ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ। ଗାଁର ଲୋକସଂଖ୍ୟା ପ୍ରାୟ ୧୫ଶହ। କାହିଁ କେଉଁଦିନରୁ ଏଠାରେ ଲୋକେ କୌଣସି ନିଶାଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ। ଏହା ବ୍ୟତୀତ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଗାଁରେ ପ୍ରବେଶ ପୂର୍ବରୁ ସେ ନିଶା ସେବନ କରନ୍ତି କି ନା ତାହା ପଚରାଯାଇଥାଏ। ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି ଏଠାରେ ବାବା ଭଗବାନ ଦାସଙ୍କ ମନ୍ଦିର ରହିଛି। ବାବା ଭଗବାନ ଦାସ କେବେ କୌଣସି ନିଶାଦ୍ରବ୍ୟ ବ୍ୟବହାର କରୁ ନ ଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଏହାଠୁ ଦୂରେଇ ରହିବାକୁ ପରାମର୍ଶ ଦେଉଥିଲେ। ବାବା ଜୀବିତ ଥିବା ସମୟରେ ଅନେକ ଅଲୌକିକ ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କର ବାବାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରହିଛି। ଏହି ବିଶ୍ୱାସ ଯୋଗୁ ଟିକଲା ଗାଁର ଲୋକେ ଆଜି ବି ସବୁ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରହିଛନ୍ତି। ବାସ୍ତବିକ ନିଶା ନିବାରଣ କ୍ଷେତ୍ରରେ ଟିକଲା ଗଁା ନିଆରା ଉଦାହରଣ ସୃଷ୍ଟି କରିପାରିଛି।