ଏଇ ଭାରତରେ

ବିବାହ ପାଇଁ କନ୍ୟା ରଖିଲେ ସର୍ତ୍ତ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମଧ୍ୟପ୍ରଦେଶର ଗ୍ବାଲିୟର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଶହେ ଚାରାରୋପଣ କରିବା ପରେ ବରଯାତ୍ରୀ ନେଇ ବିବାହ ଲାଗି ଆସିବାକୁ ସେ ବରଘରକୁ ପରାମର୍ଶ ଦେଇଛନ୍ତି। ବରଘର ଏଭଳି ସର୍ତ୍ତ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ। କିନ୍ତୁ ପରେ କନ୍ୟାଙ୍କ ସର୍ତ୍ତକୁ ସମ୍ମାନ ଜଣାଇ ପରିବେଶ ସୁରକ୍ଷା ଲାଗି ଚାରାରୋପଣ ଆରମ୍ଭ କରିଛନ୍ତି। ସ୍ଥାନୀୟ ଇନ୍ଦ୍ରମଣି ନଗରରେ ବାସ କରୁଥିବା ପଣ୍ଡିତ ଅଶୋକ ଦୁବେଙ୍କ କନ୍ୟା ନୀତୁ ଏକ ଘରୋଇ ବିଦ୍ୟାଳୟରେ ଚାକିରି କରନ୍ତି। ରୟୋପୁର ବାସିନ୍ଦା ଆଶୁ ଦୀକ୍ଷିତଙ୍କ ସହିତ ତାଙ୍କର ବିବାହ ଠିକ୍‌ ହୋଇଥିଲା। ନୀତୁ ନିଜର ସର୍ତ୍ତ ସମ୍ପର୍କରେ ଆଶୁଙ୍କୁ ଅବଗତ କରାଇଥିଲେ। ଆଶୁଙ୍କ ପିତା ଉପେନ୍ଦ୍ର ଦୀକ୍ଷିତ ନୀତୁଙ୍କ ସର୍ତ୍ତକୁ ସମ୍ମାନ ଜଣାଇବା ସହିତ ଏବେ ଚାରାରୋପଣ ଜାରି ରଖିଛନ୍ତି। ଏହି ବିବାହ ସର୍ତ୍ତ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।