ଏଇ ଭାରତରେ

ବିଭିନ୍ନ ଆକୃତିର ନିଶକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର ଧରେ। କେତେକ ନିଶ ରଖିବାକୁ ସମ୍ମାନଜନକ ବିଷୟ ବୋଲି ମନେକରନ୍ତି। ମାତ୍ର ରାଜସ୍ଥାନ ଜୟପୁରର ଏକ ସରକାରୀ ବୈଠକରେ ବାରମ୍ବାର ନିଶରେ ହାତ ମାରୁଥିବା ଜଣେ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସମ୍ପୃକ୍ତ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟସ ଜାରି କରାଯାଇଛି। ସ୍ଥାନୀୟ ଅଜମେରସ୍ଥିତ ଶ୍ରୀନଗର ଉପଖଣ୍ଡରେ ଜୁଲାଇ ୭ରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଭିଡିଓ କନ୍‌ଫରେନ୍ସିଂ ଆୟୋଜିତ ହୋଇଥିଲା। ଏଥିରେ ଉପସ୍ଥିତ ଥିବା ସାମାଜିକ ସୁରକ୍ଷା ଅଧିକାରୀ ବିଶାଲ ସୋଲାଙ୍କି ବୈଠକ ଚାଲିଥିବା ସମୟରେ ବାରମ୍ବାର ନିଜ ନିଶରେ ହାତ ମାରିଥିଲେ। ବୈଠକରେ ଉପସ୍ଥିତ ଥିବା ଅନ୍ୟ ବରିଷ୍ଠ ଅଧିକାରୀ ବିଶାଲଙ୍କୁ ଏପରି ନ କରିବାକୁ କହିଥିଲେ। ତେବେ ବିଶାଲ ଏପରି କରିଚାଲିଥିଲେ। ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ବିଭାଗର ଉପନିର୍ଦ୍ଦେଶକ ଏବେ ବିଶାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେ କାହିଁକି ନିଶରେ ବାରମ୍ବାର ହାତ ମାରୁଥିଲେ ବୋଲି ନୋଟିସରେ ପ୍ରଶ୍ନ କରାଯାଇଛି। ଏହିି ନୋଟିସ୍‌କୁ ନେଇ ଏଠାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।