ଏଇ ଭାରତରେ

ଗୁଜରାଟରେ ଏପ୍ରିଲ ୨୨ରେ ଏକ ବିବାହ ଉତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ନିମନ୍ତ୍ରଣପତ୍ର ମଧ୍ୟ ବଣ୍ଟା ସରିଛି। ତେବେ ଏହା ସାଧାରଣ ବିବାହ ନୁହେଁ। ଏଥିରେ ଗୋଟିଏ ବେଦିରେ ୨ କନ୍ୟାଙ୍କୁ ବିବାହ କରିବେ ଜଣେ ବର ଏବଂ ବରଯାତ୍ରୀ ହେବେ ତାଙ୍କର ଜନ୍ମିତ ୩ ସନ୍ତାନ। ସେ ହେଉଛନ୍ତି ପାଲଘର ବାସିନ୍ଦା ସଞ୍ଜୟ ଧାଗଡ଼ା। ସେ ରିକ୍ସା ଚଳାନ୍ତି। ୧୦ ବର୍ଷ ତଳେ ବେବିଙ୍କ ସହିତ ତାଙ୍କର ଦେଖାହୋଇଥିଲା। ଚିହ୍ନା ପରିଚୟରୁ ପ୍ରେମସମ୍ପର୍କ। ପରେ ସେମାନେ ପଇସାପତ୍ର ଅଭାବରୁ ବିବାହ ନ କରି ଦୁହେଁ ଏକତ୍ର ରହିଲେ। ଉକ୍ତ ଦମ୍ପତିଙ୍କର ବର୍ତ୍ତମାନ ୩ ସନ୍ତାନ। ଏହାପରେ ୨୦୧୧ରେ ସଞ୍ଜୟ ଏକ କମ୍ପାନୀରେ ଚାକିରି କରୁଥିବାବେଳେ ସାଥୀ ରୀନାଙ୍କ ସହିତ ତାଙ୍କର କିଛିଦିନ ତଳେ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଏବେ ସଞ୍ଜୟ, ବେବି ଏବଂ ରିନା ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣପତ୍ର ଦିଆସରିଛି। ଏହି ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।