Categories: ଜାତୀୟ

ଏଏନ୍‌-୩୨ବିମାନ ଦୁର୍ଘଟଣା: ଏବେବି ଫସି ରହିଛନ୍ତି ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୯।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଦୁର୍ଘଟଣା ହେବା ପରେ ଏଥିରେ ଥିବା ୧୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ୯ ଦିନ ପରେ ଦୁର୍ଘଟଣାଗ୍ରସ୍ତ ବିମାନର ସନ୍ଧାନ ମିଳିବା ସହ ମୃତଶରୀର ଗୁଡିକୁ ଠାବ କରାଯାଇଥିଲା। ହେଲେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଦଳ ଏପର୍ଯ୍ୟନ୍ତ ଉକ୍ତ ଦୁର୍ଗମ ଅଞ୍ଚଳରେ ଫସି ରହିଥିବା ସୂଚନା ମିଳିଛି। ଅରୁଣାଚଳ ପ୍ରଦେଶର ଏହି ଦୁର୍ଗମ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ଚାଲିଚାଲି ପହଞ୍ଚିଥିଲେ। ଏବେ ପାଗ ଖରାପ ହେବାରୁ ସେମାନଙ୍କୁ ଏୟାରଲିପ୍ଟ କରିବାକୁ ବି ଅସୁବିଧା ଉପୁଜିଛି। ସୂଚନାଯୋଗ୍ୟ, ଜୁନ୍‌ ୩ରେ ଆସାମର ଜୋରହାଟ ବିମାନ ବନ୍ଦରରୁ ଏନ୍‌-୩୨ ବାୟୁସେନା ବିମାନ ଉଡିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Share