Categories: ଜାତୀୟ

ଏଏପିକୁ ଟାର୍ଗେଟ କଲେ କପିଲ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ପରସ୍ପର ମଧ୍ୟରେ ସେତେ ଦୋଷ ଲଦାଲଦି ହେଉଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଲ ମିଶ୍ରା ପୁଣିଥରେ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ଦିଲ୍ଲୀରେ ଗାଡିରେ ନିଆଁ ଲଗାଇଦେବା ଓ ପୋଲିସଙ୍କୁ ପିଟିବା ପଛରେ କଂଗ୍ରେସ ଓ ଏଏପିର ହାତ ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜିନ୍ନାଙ୍କ ରାଜନୀତି କରୁଛନ୍ତି। ତେଣୁ ଏଏପିର ନୂଆ ନାଁ ମୁସଲିମ ଲିଗ ହେବା ଦରକାର। ଏହାପୂର୍ବରୁ କପିଲ ମିଶ୍ରା ଟୁଇଟ୍‌ କରି ଏଏପିର ନାଁ ପରିବର୍ତ୍ତନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ ଲେଖିଥିଲେ ଉମର ଖାଲିଦ, ଅଫଜଲ ଗୁରୁ, ବୁରହାନ ଓ୍ବାନି ଭଳି ଆତଙ୍କବାଦୀଙ୍କୁ ଯିଏ ନିଜର ପିତା ବୋଲି ମାନୁଛନ୍ତି ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିଲେ ଡର ଲାଗୁଛି।

Share