Categories: ଜାତୀୟ

ଏଏପିିରେ ସାମିଲ ହେବେ ନୂତନ ଠାକୁର

ଲକ୍ଷ୍ନୌ,୨।୩: ବରିଷ୍ଠ ଓକିଲ ତଥା ସାମାଜିକ କର୍ମକର୍ତ୍ତା ନୂତନ ଠାକୁର ଖୁବ୍‌ଶୀଘ୍ର ଆମ ଆଦମୀ ପାର୍ଟି (ଏଏପି)ରେ ସାମିଲ ହୋଇପାରନ୍ତି। ସେ ପୂର୍ବରୁ ମଧ୍ୟ ଏଏପିରେ ରହିଥିଲେ, ହେଲେ ୨୦୧୩ରେ ସେ ଦଳରୁ ଇସ୍ତଫା ଦେଇଥିଲେ। ଏବେ ପୁଣି ଦଳରେ ସାମିଲ ହେବାକୁ ଯାଇଛନ୍ତି ବୋଲି ନୂତନ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି। ନୂତନ ହେଉଛନ୍ତି ପୂର୍ବତନ ଆଇପିଏସ୍‌ ଅମିତାଭ ଠାକୁରଙ୍କ ପତ୍ନୀ। ସୂଚନା ମୁତାବକ ଭ୍ରଷ୍ଟାଚାରର କେତେକ ମାମଲାକୁ କୋର୍ଟରେ ପହଞ୍ଚାଇବାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

Share