Categories: ଜାତୀୟ

ଏଏପି ଅଫିସରେ ଏମ୍‌ବିଏ ଚାଏ ଓ୍ବାଲା, ମିଳୁଛି ୪ ପ୍ରକାରର ଚା’

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ଏଏପି, କଂଗ୍ରେସ ଏବଂ ଭାଜପା କ୍ଷମତା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତିି। ଏସବୁ ଭିତରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ‘କାମ୍‌ କି ଚାଏ’ ଏବଂ ‘ଏକ ଚାଏ ଦିଲ୍ଲୀ କେ ନାମ’ରେ ଏକ ନୂଆ କ୍ୟାମ୍ପେନ୍‌ ଆରମ୍ଭ କରିଛି। ଏଏପି ଅଫିସରେ ‘ଏମ୍‌ବିଏ ଚା’ ଓ୍ବାଲା’ ନାମରେ ଏକ ଷ୍ଟଲ ଖୋଲାଯାଇଛି। ଏଠାରେ ୪ ପ୍ରକାରର ଚା’ ମିଳୁଛି। ଅହମ୍ମଦାବାଦରେ ରହୁଥିବା ପ୍ରଫୁଲ୍ଲ ବିଲ୍ଲୋର ଏମବିଏ ଚା’ ଓ୍ବାଲା ନାମରେ ପ୍ରସିଦ୍ଧ। ସେ ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମ୍ପର୍କରେ ଆସି ‘କାମ କି ଚାଏ’ କ୍ୟାମ୍ପେନରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଏପିର ରାଜ୍ୟ ନିର୍ବାଚନ ପ୍ରଭାରୀ ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ‘ଏମବିଏ ଚା’ ଓ୍ବଲା ଷ୍ଟଲକୁ ଉଦ୍‌ଘାଟନ କରିଛନ୍ତି।

Share