Categories: ଜାତୀୟ

ଏଏପି ଛାଡ଼ିବେ ଅଲ୍‌କା ଲାମ୍ବା

ନୂଆଦିଲ୍ଲୀ, ୫ା୮(ପି.ଟି.): ଏଏପି ଉପରେ ଅସନ୍ତୁଷ୍ଟ ଥିବା ଚାନ୍ଦ୍‌ନିଚୌକ୍‌ ବିଧାୟକ ଅଲ୍‌କା ଲାମ୍ବା ଦଳ ଛାଡ଼ିବାକୁ ରବିବାର ଆଗ୍ରହ ପ୍ରକାଶ କରିଛନ୍ତି। ଜନସଭାରେ ସମର୍ଥକଙ୍କ ମତାମତ ନେଇ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଅଲ୍‌କା କହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢିବେ । ସେପଟେ ଏଏପି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ। ପୂର୍ବରୁ ଅନେକ ଥର ସେ ଏଭଳି ଘୋଷଣା କରିଥିବା ଭରଦ୍ୱାଜ ପ୍ରକାଶ କରିଛନ୍ତି।

Share