Categories: ଜାତୀୟ

ଏଏପି ଜାରି କଲା ଘୋଷଣାପତ୍ର: ମାଗଣା ବିଜୁଳି, ମାଗଣା ପାଣି, ୨୪ ଘଣ୍ଟା ଖୋଲା ରହିବ ବଜାର

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ମଙ୍ଗଳବାର ତା’ର ଘୋଷଣାପତ୍ର ଜାରି କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ଏହା ଜାରି କରାଯାଇଛି। ଏଥିରେ ଜନ ଲୋକପାଳ ବିଲ୍‌ ଓ ସ୍ବରାଜ ବିଲ୍‌ ଆଣିବାକୁ ଉଲ୍ଳେଖ କରାଯାଇଛି। ଏଥିରେ ପୂର୍ବଭଳି ୨୦ ହଜାର ଲିଟର ପାଣି ମାଗଣା ସହ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମଧ୍ୟ ମାଗଣାରେ ଦେବାକୁ ଘୋଷଣା କରିଛି ଏଏପି। ସେହିଭଳି ବରିଷ୍ଠ ନାଗରିକଙ୍କୁ ମାଗଣାରେ ତୀର୍ଥଯାତ୍ରା, ଘର ପାଖରେ ରାଶନ ପହଞ୍ଚାଇବା, କଚା ଘରକୁ ପକ୍କା କରିବାକୁ କହିଛି ଏଏପି। ଫସଲ ହାନୀ ପାଇଁ କୃଷକଙ୍କୁ ହେକ୍ଟର ପିଛା ୫୦ ହଜାର ଟଙ୍କା ଋଣ ଛାଡ ବ୍ୟବସ୍ଥା ରଖିଛି। ସେହିପରି କର୍ଯ୍ୟରତ ସଫେଇ କର୍ମଚାରୀଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ମିଳିବ ବୋଲି ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି। ଏଏପି ଏମିତି ପାଖାପାଖି ୨୮ଟି ଘୋଷଣା କରିଥିବା ଜଣାପଡିଛି।

Share