Categories: ଜାତୀୟ

ଏଏପି ଟୋପି ପିନ୍ଧି ସ୍ତ୍ରୀଙ୍କ ସହିତ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଅବସରରେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ପାଣ୍ଡବ ନଗରର ଏମ୍‌ସିଡି ସ୍କୁଲସ୍ଥିତ ମତଦାନ କେନ୍ଦ୍ରରେ ସ୍ତ୍ରୀ ସୀମା ସିସୋଦିଆଙ୍କ ସହିତ ମୁଣ୍ଡରେ ଏଏପି ଟୋପି ପିନ୍ଧି ପହଞ୍ଚି ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ମନିଶ ପ୍ରତାପଗଞ୍ଜ ବିଧାନସଭା ଆସନରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ନିର୍ବାଚନ ଲଢୁଛନ୍ତି।

Share