ଏକତରଫା ପ୍ରେମରେ ପଡିଲେ ହିମେଶ

ମୁମ୍ବାଇ: ବଲିଉଡ୍‌ ଗାୟକ ହିମେଶ ରେଶମିୟା ତାଙ୍କ ଅଭିନୀତ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍‌’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ୨ ମିିଟର ଏହି ଟ୍ରେଲର ଦେଖିବା ପରେ ଆଲୋଚନା ହେଉଛି କି ହିମେଶ ଏକତରଫା ପ୍ରେମରେ ପଡିଯାଇଛନ୍ତି। ସେ ପିଲାଦିନୁ ଜାଣିଥିବା ଜଣେ ଝିଅକୁ ପ୍ରେମ କରୁଥିବା ବେଳେ ଝିଅଟି କିନ୍ତୁ ଅନ୍ୟ ଜଣଙ୍କୁ ଭଲପାଇ ବସିଥିବା ଜାଣିପାରିଛନ୍ତି ହିମେଶ। ଏଠି ଝିଅଟିର ୨ ପ୍ରେମିକଙ୍କ ଚରିତ୍ରରେ ହିମେଶ ଡବଲ ରୋଲରେ ନଜର ଆସିବେ। ଅବଶ୍ୟ ଏମିତି ଲଭ୍‌ ଟ୍ରାଙ୍ଗଲ୍‌ ଷ୍ଟୋରୀ ଦର୍ଶକେ ଆଗରୁ ଦେଖି ସାରିଛନ୍ତି। ତଥାପି ହିମେଶ ଦର୍ଶକଙ୍କଠାରୁ ଭଲ ରେସପନ୍ସ ପାଇବେ ବୋଲି ଆଶା ରଖିଛନ୍ତି।

Share