ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ

ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଉଭୟ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସାଲାଗି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି।

ବନ୍ତ ଥାନା ଅନ୍ତର୍ଗତ ଦୋଳପଦି ଗ୍ରାମର ଜଣେ ବ୍ୟକ୍ତି ଝିଅଙ୍କୁ ଡାକ୍ତରଙ୍କୁ ଦେଖାଇବା ଲାଗି କଟକ ଯାଇଥିଲେ। ଡିଗତରାଟି ଏମ୍‌ୟୁ ଟ୍ରେନ୍‌ରୁ କେନ୍ଦୁଆପଡ଼ା ଷ୍ଟେଶନରେ ଓହ୍ଲାଇ ଏକ ସ୍କୁଟି ଯୋଗେ ଉଭୟ ଘରକୁ ଫେରୁଥିଲେ। ରାତି ୧୦ଟା ସମୟରେ ଉକ୍ତ ଛକ ନିକଟରେ ଯୁବକଜଣଙ୍କ ଦୁଇଜଣଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ବାପା-ଝିଅ ଗୁରୁତର ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ସେମାନଙ୍କୁୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଜଣଙ୍କ ଫେରାର ହୋଇଯାଇଛନ୍ତି।

Share