ଏକତାର ଚିତ୍ର ଆଙ୍କିଲେ ଟ୍ରମ୍ପ୍‌

ବିଆରିଜ୍‌,୨୬ା୮:ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫ୍ରାନ୍ସର ବିଆରିଜ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଏକତାର ଚିତ୍ର ଆଙ୍କିଛନ୍ତି। ଏହି ଅବସରରେ ସେ ପାଶ୍ଚାତ୍ୟର ସହଯୋଗୀ ରାଷ୍ଟ୍ର ନେତାମାନଙ୍କ ସହ ବୈଠକ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ବାଣିଜ୍ୟ କ୍ଷେତ୍ରରେ ଶତ୍ରୁତା ପ୍ରସଙ୍ଗରେ ମତଭେଦକୁ ଟ୍ରମ୍ପ୍‌ ଖଣ୍ଡନ କରିଛନ୍ତି।
ଟ୍ରମ୍ପ୍‌ ଟୁଇଟ୍‌ କରି କହିଛନ୍ତି, ସେ ଫ୍ରାନ୍ସରେ ପହଞ୍ଚତ୍ବା ପୂର୍ବରୁ ଏକ ମିଥ୍ୟା ଓ ଘୃଣ୍ୟ ଖବର ପ୍ରଚାରିତ ହୋଇଥିଲା। ଜି-୭ର ଅନ୍ୟ ୬ ସଦସ୍ୟ ରାଷ୍ଟ୍ର ସହ ଆମେରିକାର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ୨ ଦିନ ଧରି ବୈଠକ ବିଫଳ ହେବ ବୋଲି ଏଥିରେ ପ୍ରକାଶ ପାଇଥିଲା। କିନ୍ତୁ ବିଶ୍ୱନେତାଙ୍କ ସହ ତାଙ୍କର ବୈଠକ ସଫଳ ହୋଇଛି।

Share