ଏକଦା ଅନ୍ୟ ଘରେ କାମ କରି ପେଟ ପୋଷୁଥିଲେ: ପରେ ହେଲେ ସୁପରଷ୍ଟାର, ଗିନିଜ୍‌ ବୁକ୍‌ରେ ପାଇଲେ ସ୍ଥାନ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ କୌଣସି ନା କୌଣସି କାମକୁ ନେଇ ଅନ୍ୟଠାରୁ ଭିନ୍ନ। ଏମିତି ଜଣେ କଳାକାର ହେଲେ ଅଭିନେତ୍ରୀ ମନୋରମା। ସେ ହେଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର। ‘ଆଚି’ ନାମରେ ଲୋକପ୍ରିୟ ଏହି ଅଭିନେତ୍ରୀ କମେଡି ଚରିତ୍ରରେ ଅଭିନୟ କରି ଦର୍ଶନଙ୍କୁ ବେଶ୍‌ ହସାଇ ପାରୁଥିଲେ। ମନୋରମା ଅଭିନୟ କ୍ୟାରିୟର ମଧ୍ୟରେ ୧୫୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବା ବେଳେ ୫ ହଜାରରୁ ଅଧିକ ଷ୍ଟେଜ୍‌ ଶୋ’ କରିଛନ୍ତି। ଏଥିସହ ଅନେକ ଟିଭି ଶୋ’ରେ ମଧ୍ୟ ନିଜର ଯାଦୁ ଦେଖାଇ ସାରିଛନ୍ତି । ୧୫ ଶହରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବାରୁ ତାଙ୍କ ନାମ ଗିଜିନ୍‌ ବୁକ୍‌ରେ ମଧ୍ୟ ସ୍ଥାନ ପାଇସାରିଛି।
ମନୋରମାଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ରତା ମଧ୍ୟରେ କଟିଥିଲା। ମା’ଙ୍କ ଅସୁସ୍ଥତା ଯୋଗୁ ମାତ୍ର ୧୧ ବର୍ଷ ବୟସରେ ପାଠ ପଢ଼ା ଛାଡି ତାଙ୍କୁ ଅନ୍ୟ ଘରେ କାମ କରିବାକୁ ପଡ଼ିଥିଲା। ମନୋରମାଙ୍କ ଲାଳନପାଳନ ପାଇଁ ତାଙ୍କ ମା’ ମଧ୍ୟ ଅନ୍ୟ ଘରେ କାମ କରୁଥିଲେ। ଷ୍ଟେଜ୍‌ ଶୋ’ରୁ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କଲେ। ମାତ୍ର ୧୨ ବର୍ଷ ବୟସରେ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଲା। ପରେ ତାଙ୍କର ଏବଂ ପରିବାରର ଭାଗ୍ୟ ବଦଳିଯାଇଗଲା। ୨୦୧୩ ପର୍ଯ୍ୟନ୍ତ ତାଙ୍କର ଏହି ଅଭିନୟ ଚାଲୁରହିଲା। ଇତିମଧ୍ୟରେ ଅନୋରମା କେତୋଟି ସିନେମାରେ ଗୀତ ଗାଇଛନ୍ତି। ଯାହା ସୁପରହିଟ୍‌ ମଧ୍ୟ ହୋଇଛି। ମାତ୍ର ଅସୁସ୍ଥତା ଯୋଗୁ ୨୦୧୫ରେ ତାଙ୍କର ମୃତ୍ୟୁ ଘଟିଥିଲା।

Share