ଏକଦା ଥିଲେ ଚକୋଲେଟ୍‌ ହିରୋ, ଏବେ ଏତେ ବଦଳିଗଲେଣି ଅକ୍ଷୟ

ମୁମ୍ବାଇ: ଏକଦା ବଲିଉଡ୍‌ର ଚକୋଲେଟ୍‌ ହିରୋ ଥିବା ତଥା ବେବୋ(କରିନା କପୁର ଖାନ୍‌)ଙ୍କ କ୍ରଶ୍‌ ଅକ୍ଷୟ ଖନ୍ନା ବହୁତ ବଦଳିଗଲେଣି। କଥାଟି ଆମେ କହୁନାହୁଁ। ଏପରି କିଛି ଚର୍ଚ୍ଚା ତାଙ୍କ ପ୍ରଶଂସକଙ୍କ ଗହଣରେ ହେଉଛି। ତେବେ କିଛି ମାତ୍ରାରେ ଏହା ସତ ମଧ୍ୟ। କାରଣ ମାତ୍ର ୪୪ ବର୍ଷରେ ତାଙ୍କ ମୁହଁରୁ ବୟସର ଛାପ ସ୍ପଷ୍ଟ ବାରି ହୋଇପଡ଼ୁଛି। ତାଙ୍କ ସମସାମୟିକ ଅନ୍ୟ ନାୟକମାନେ ଏବେ ବି ଫିଟ୍‌ ଥିବା ବେଳେ ଚଳଚ୍ଚିତ୍ରର ଲିଡ୍‌ ରୋଲରେ ନଜର ଆସୁଥିବା ବେଳେ ସେ ପୁରାପୁରି ଅନ୍‌ଫିଟ୍‌ ଲାଗୁଛନ୍ତି।

ଅକ୍ଷୟ ହେଲେ ଖ୍ୟାତନାମା ଅଭିନେତା ବିନୋଦ ଖାନ୍ନାଙ୍କ ପୁଅ। ୧୯୯୭ରେ ଫିଲ୍ମ ‘ହିମାଳୟ ପୁତ୍ର’ରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ପରେ ବର୍ଡର, ତାଲ, ହମରାଜ୍‌, ହଙ୍ଗାମା, ହଲଚଲ, ରେସ୍‌, ତିସ୍‌ ମାର ଖାନ୍‌, ଦିଲ ଚାହତା ହୈ, ୩୬ ଚାଇନା ଟାଉନ, ଦହକ, ଦିଓ୍ବାନଗି, ଢ଼ିଶୁମ୍‌ ଭଳି ସୁପରହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ସେ ଉଭୟ ନାୟକ ଏବଂ ଖଳନାୟକ ଭୂମିକାରେ ବେଶ ନାମ କମାଇଛନ୍ତି। ଆଗାମୀ ଦିନରେ ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ’ସେକ୍ସନ ୩୭୫’ ରିଲିଜ ହେବାକୁ ଯାଉଛି।

ଅକ୍ଷୟଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ, ତେବେ ସେ ଏବେ ବି ଅବିବାହିତ ଅଛନ୍ତି। ସେ ବିବାହ କରିବାକୁ ଇଚ୍ଛା ନ ଥିବା ପ୍ରକାଶ କରିଛନ୍ତି।

Share