ଏକଦା ଦରମା ଥିଲା ପାଞ୍ଚ ଶହ ଟଙ୍କା, ଏବେ ଏକ ହଜାର କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ବିଗ୍‌ ବି

ମୁମ୍ବାଇ: ଶୁକ୍ରବାର ମହାନାୟକ ତଥା ବିଗ୍‌ ବି ଅମିତାଭଙ୍କ ୭୭ତମ ଜନ୍ମଦିନ ପାଳୁଛି ସାରା ଦେଶ। କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ଏହି ଦିନକୁ ସ୍ମରଣୀୟ କରିବା ଲାଗି ଉତ୍ସାହିତ ଅଛନ୍ତି। ତେବେ ଏବେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିଗ୍‌ ବି ଏକଦା ପାଞ୍ଚ ଶହ ଟଙ୍କା ରୋଜଗାର କରୁଥିଲେ। କଲିକତାରେ ସେ ଯେତେବେଳେ କାମ ଆରମ୍ଭ କଲେ, ସେତେବେଳେ ତାଙ୍କୁ ପାଉଣା ସ୍ବରୂପ ମିଳୁଥିଲା ଏତିକି ଟଙ୍କା। ଏବେ କିନ୍ତୁ ଯଦି ସମ୍ପତ୍ତିର ହିସାବ କରାଯାଏ, ଜୟା ଏବଂ ଅମିତାଭଙ୍କର ମୋଟ ସମ୍ପତ୍ତି ଏକ ହଜାର କୋଟିରୁ ଅଧିକ ହୋଇପାରେ।

ତେର କୋଟି ମୂଲ୍ୟର ବାରଟି ଗାଡ଼ି ଅଛି ଅମିତାଭଙ୍କର। ଯେଉଁଥିରେ ରହିଛି ରୋଲ, ରୋୟାନ୍ସ, ତିନୋଟି ମଷ୍ଟଡିଜ୍‌, ଗୋଟିଏ ପୋର୍ଶ ଏବଂ ଏକ ରେଞ୍ଜ ରୋଭର। ଏହାଛଡ଼ା ଅମିତାଭଙ୍କ ପାଖରେ ଟାଟା ନାନୋ ଏବଂ ଏକ ଟ୍ରାକ୍ଟର ମଧ୍ୟ ରହିଛି।

କେବିସି ମଞ୍ଚରେ ଅମିତାଭ ମୃତ୍ୟୁ ପରେ ସମ୍ପତ୍ତି କ’ଣ ହେବ ସେ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୃତ୍ୟୁ ପରେ ମୋର ସମସ୍ତ ସମ୍ପତ୍ତି ପୁଅ ଅଭିଶେକ ଏବଂ ଝିଅ ଶ୍ୱେତାଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ।

Share