ଏକଦା ସଲ୍‌ମାନଙ୍କୁ ସେକ୍ସିଏଷ୍ଟ ବ୍ୟକ୍ତି ବୋଲି କହିଥିଲେ ଏହି ଅଭିନେତ୍ରୀ : ଏବେ ମୁହଁ ଚାହିଁବାକୁ ବି ପସନ୍ଦ ନାହିଁ

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିଷେକଙ୍କ ସ୍ତ୍ରୀ, ତାଙ୍କର ଏକ ଝିଅ ଅଛି। ତେବେ ଏପରି ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ନାମ ସଲମାନ ଖାନଙ୍କ ସହ ଯୋଡ଼ା ଯାଉଥିଲା। ଐଶ୍ୱର୍ଯ୍ୟା ଏବଂ ସଲମାନ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ’ରେ କାମ କରିଥିଲେ। ଯଦିଓ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ସହ ଜଡିତ ଅନେକ ପୁରୁଣା କଥା ଅଛି ଯାହା ଦର୍ଶକ ପସନ୍ଦ କରନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ସେତେବେଳ ସମୟରେ ବଲିଉଡ ଅଭିନେତ୍ରୀ ସିମି ଗାରେୱାଲଙ୍କ ଚାଟ୍‌ ଶୋ ବହୁତ ପ୍ରସିଦ୍ଧ ଥିଲା। ସେଠାକୁ ଅନେକ ବଲିଉଡ ତାରକା ଯାଇ ଗୋଟିଏରୁ ଅନେକ କଥା କହିଥା’ନ୍ତି। ଏହିପରି ଗୋଟିଏ ଏପିସୋଡରେ ଐଶ୍ୱର୍ଯ୍ୟା ମଧ୍ୟ ସେଠାରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ କ୍ୟାରିୟର ଏବଂ ଚଳଚ୍ଚିତ୍ର ସହ ଜଡିତ ଅନେକ କଥା କହିଥିଲେ। ୧୯୯୯ରେ ଯେତେବେଳେ ଐଶ୍ୱର୍ଯ୍ୟା ଏହି ଶୋ’ରେ ପହଞ୍ଚିଥିଲେ, ସିମି ଗାରେୱାଲ ତାଙ୍କୁ ଏକ ବିଶେଷ ପ୍ରଶ୍ନ ପଚାରିଥିଲେ ।

ସିମି ପଚାରିଥିଲେ, ‘ଐଶ୍ୱର୍ଯ୍ୟା ଆପଣଙ୍କ ଅନୁଯାୟୀ ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସିଏଷ୍ଟ ବ୍ୟକ୍ତି କିଏ? ଏ ନେଇ ଐଶ୍ୱର୍ଯ୍ୟା ପ୍ରଥମେ କିଛି ସମୟ ଚିନ୍ତା କରି ପଚାରିଲେ ସେକ୍ସିଏଷ୍ଟ ଶବ୍ଦକୁ ଆକର୍ଷଣୀୟ ଶବ୍ଦ ସହିତ ବଦଳାଯାଇପାରିବ କି? ଏହା ଉପରେ ସିମି କୁହନ୍ତି, ନା, ତୁମେ ଏହି ଶବ୍ଦ ପାଇଁ ସେହି ବ୍ୟକ୍ତିଙ୍କ ନାମ ରଖ’। ଏହା ପରେ ଐଶ୍ୱର୍ଯ୍ୟା ସଲ୍‌ମାନଙ୍କ ନାମ ନେଇଥିଲେ।

ସଲମାନ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ବହୁତ ଭଲ ପାଉଥିଲେ ଏବଂ ବିଶ୍ୱାସ କରାଯାଏ ଯେ, ଯଦି ସବୁ ଠିକ ହୋଇଥାନ୍ତା ତେବେ ଉଭୟ ମଧ୍ୟ ବିବାହ କରିଥାନ୍ତେ। ତେବେ ସମ୍ପର୍କର କିଛି ଦିନ ପରେ ଐଶ୍ୱର୍ଯ୍ୟା ତାଙ୍କ ସହ ସଲମାନ ହିଂସା କରିଥିବା ଅଭିଯୋଗ ଆଣିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ସଲମାନଙ୍କ ଅହଂକାରୀ ମନୋଭାବ ଯୋଗୁଁ ଐଶ୍ୱର୍ଯ୍ୟା ଫିଲ୍ମରେ କଷ୍ଟ ସହିଥିଲେ। ଏହା ପରେ ଐଶ୍ୱର୍ଯ୍ୟା ସଲମାନଙ୍କଠାରୁ ଦୂରରେ ରହିଲେ । ପରେ ଅଭିଷେକ ତାଙ୍କ ଜୀବନରେ ଆସିଲେ ଏବଂ ସଲମାନଙ୍କ ସହିତ ଐଶ୍ୱର୍ଯ୍ୟାଙ୍କ ନାମ ସବୁଦିନ ପାଇଁ ଶେଷ ହେଲା।

Share