ଏକଦା ହିଟ୍‌ ଯୋଡ଼ି ଥିବା ଏହି ଅଭିନେତ୍ରୀ ଅଭିନେତାଙ୍କୁ କାହିଁକି ଦେଖିବାକୁ ମିଳୁନି ଏକାଠି

ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଯୋଡି ହିଟ୍‌ ହୋଇଛି। ହେଲେ ପରେ ଦର୍ଶକ ସେମାନଙ୍କୁ ଏକା ସାଥିରେ ଦେଖିବାକୁ ପାଇ ନାହାନ୍ତି। କି ତାଙ୍କ ରୋମାନ୍ସ ସିନ୍‌ ଦେଖି ନାହାନ୍ତି। ସେଭଳି ଯୋଡିଙ୍କ ମଧ୍ୟରୁ କରିନା କପୁର ଓ ଶାହିଦ କପୁର ଜଣେ।
କରୀନା ଏବଂ ଶାହିଦଙ୍କୁ ଏକଦା ଇଣ୍ଡଷ୍ଟ୍ରିର ସବୁଠାରୁ ହିଟ୍‌ ଯୋଡି ଭାବରେ ବିବେଚନା କରାଯାଉଥିଲା । ଏପରିକି ସମସ୍ତେ ଭାବିଥିଲେ ଯେ, ଶାହିଦ ଏବଂ କରୀନା ଶୀଘ୍ର ବିବାହ କରିବେ। ତେବେ ହଠାତ୍‌ କରିନା ଏବଂ ଶାହିଦଙ୍କ ବ୍ରେକଅପ୍‌ ହୋଇଗଲା। ତାହାପରେ ଉଭୟ ‘ଉଡ଼ତା ପଞ୍ଜାବ’ ଚଳଚ୍ଚିତ୍ରରେ ନଜର ଆସିଥିଲେ। କିନ୍ତୁ ସେମାନଙ୍କର ସିନ୍‌ ଏକାଠି ନଥିଲା। ଏଭଳି ପରିସ୍ଥିତିରେ କରିନା ଏବଂ ସାହିଦ ଫିଲ୍ମରେ ଏକାଠି କାମ କରିପାରନ୍ତି। କିନ୍ତୁ ଫିଲ୍ମରେ ସେମାନଙ୍କ ରୋମାନ୍ସ ସିନ୍‌ ଦେଖିବାକୁ ମିଳିବନି।

Share