Categories: ଖେଳ

ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତତମ ୧୦ ହଜାର ରନ୍‌ ସଂଗ୍ରହ କରିଥିବା ବିଶ୍ୱର ୫ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। ଏକଦିବସୀୟ ମ୍ୟାଚରେ ୧୦ ହଜାର ରନ ସଂଗ୍ରହ ଏକ ଏଭଳି ମାଇଲ୍‌ଖୁଣ୍ଟ, ଯାହାକୁ ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ହାସଲ କରିବାକୁ ଚାହାଁନ୍ତି। ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତତମ ୧୦ ହଜାର ଦ୍ରୁତତମ ରନ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ସମ୍ପର୍କରେ…

ଜ୍ୟାକ୍‌ କାଲିସ୍‌
ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଜ୍ୟାକ୍‌ କାଲିସ୍‌ ୧୮ ବର୍ଷ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି। ସେ ୨୭୨ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୧୧୫୭୯ ରନ୍‌ ସହ ୨୭୩ଟି ଉଇକେଟ୍‌ ନେଇଛନ୍ତି। ୧୯୯୬ ଜାନୁୟାରୀରେ ଡେବ୍ୟୁ କରିଥିବା କାଲିସ୍‌ ୧୩ ବର୍ଷ ୧୪ ଦିନ ଅର୍ଥାତ୍‌ ଜାନୁୟାରୀ ୨୩, ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ହଜାର ରନ୍‌ ସଂଗ୍ରହ କରିଥିଲେ।

ରିକି ପଣ୍ଟିଂ
ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୧୬ ବର୍ଷ କ୍ରିକେଟ କ୍ୟାରିୟରରେ ୩୭୫ ଏକଦିବସୀୟ ମ୍ୟାଚ୍‌ ଖେଳି ୧୩୭୦୪ ରନ କରିଥିଲେ। ସେ ୧୨ ବର୍ଷ ୩୭ଦିନରେ ୧୦ ହଜାର ରନ୍‌ ସଂଗ୍ରହ କରିଥିଲେ।

ସୌରଭ ଗାଙ୍ଗୁଲି
ଭାରତର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଏକଦିବସୀୟ କ୍ରିକେଟରେ ୧୧,୩୬୩ରନ୍‌ କରିଛନ୍ତି। ୧୦ ହଜାର ରନ୍‌ କରିବାକୁ ତାଙ୍କୁ ୧୩ ବର୍ଷ ୨୦୪ ଦିନ ଲାଗିଥିଲା।

ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ୨୪ ବର୍ଷ କ୍ରିକେଟ କ୍ୟାରିୟରରେ ୪୬୩ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୧୮,୪୨୬ ରନ୍‌ କରିଥିଲେ। ସେ ୧୧ ବର୍ଷ ୧୦୩ ଦିନରେ ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ୍‌ ସଂଗ୍ରହ କରିଥିଲେ।

ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତତମ ୧୦ ହଜାର ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କୁ ଏହି ମାଇଲଖୁଣ୍ଟ ହାସଲ କରିବାକୁ ମାତ୍ର ୧୦ ବର୍ଷ ୬୭ ଦିନ ଲାଗିଥିଲା।

Share