Categories: ଖେଳ

ଏକଦିବସୀୟ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ବୋଲରଙ୍କ ପାଇଁ ଏକ ବଡ ଉପଲବ୍ଧି। ବିଶ୍ୱର ଅନେକ ବୋଲର୍‌ ହ୍ୟାଟ୍ରିକ୍‌ ମଧ୍ୟ ନେଇସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ କେଉଁ ବୋଲର୍‌ ନେଇଥିଲେ। ସେ ହେଉଛନ୍ତି ପାକିସ୍ତାନ ବୋଲର୍‌ ଜଲାଲୁଦ୍ଦିନ୍‌। ସେ ଆଜିକୁ ପ୍ରାୟ ୩୭ବର୍ଷ ପୂର୍ବେ ଏକଦିବସୀୟ କ୍ରିକେଟରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ। ଜଲାଲୁଦ୍ଦିନ୍‌ ଜଣେ ମିଡିୟମ୍‌ ପେସର୍‌ ଥିଲେ। ସେ ସେପ୍ଟେମ୍ବର ୨୦ ୧୯୮୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ୍‌ ନେଇଥିଲେ। ଏହାର ଗୋଟିଏ ଦିନ ପରେ ସେ ଏହାର ଉତ୍ସବ ମନାଇଥିଲେ।

Share