Categories: ଖେଳ

ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ ସହ ୧୦୦ ଉଇକେଟ, ୧୦୦ କ୍ୟାଚ୍‌ ନେଇଛନ୍ତି ବିଶ୍ୱର ଏହି ୬ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। କିଛି ଖେଳାଳି କେବଳ ବ୍ୟାଟିଂରେ ନୁହେଁ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ କ୍ରିକେଟ୍‌ ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି। ସେହିଭଳି ୬ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଏକଦିବସୀୟ ମ୍ୟାଚରେ ୧୦ ହଜାର ରନ ସାଙ୍ଗକୁ ୧୦୦ ଉଇକେଟ ଏବଂ ୧୦୦ କ୍ୟାଚ୍‌ ମଧ୍ୟ ନେଇଛନ୍ତି।

ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ୨୪ ବର୍ଷ କ୍ରିକେଟ କ୍ୟାରିୟରରେ ୪୬୩ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୧୮,୪୨୬ ରନ୍‌ କରିବା ସହ ୧୫୦ରୁ ଅଧିକ ଉଇକେଟ ନେଇଛନ୍ତି। ସେହିପରି ୧୪୦ଟି କ୍ୟାଚ୍‌ ମଧ୍ୟ ଧରିଛନ୍ତି।

ସନଥ ଜୟସୁରିୟା
ଶ୍ରୀଲଙ୍କାର ପୂର୍ବତନ ଓପନର୍‌ ସନଥ ଜୟସୁରିୟା ୪୪୫ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୧୩ ହଜାର ଅଧିକ ରନ୍‌, ୩୦୦ରୁ ଅଧିକ ଉଇକେଟ ଏବଂ ୧୨୩ଟି କ୍ୟାଚ୍‌ ନେଇଛନ୍ତି।

ଜ୍ୟାକ୍‌ କାଲିସ୍‌
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍‌ କାଲିସ୍‌ ଏକଦିବସୀୟ ମ୍ୟାଚରେ ୧୧୫୭୯ରନ୍‌ କରିବା ସହ ୨୭୩ଟି ଉଇକେଟ ନେଇଛନ୍ତି। ସେହିପରି ୧୩୧ଟି କ୍ୟାଚ୍‌ ନେଇଛନ୍ତି।

ସୌରଭ ଗାଙ୍ଗୁଲି
ଭାରତର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଏକଦିବସୀୟ କ୍ରିକେଟରେ ୧୧ହଜାରରୁ ଅଧିକ ରନ୍‌ ୧୦୦ରୁ ଅଧିକ କ୍ୟାଚ୍‌ ଏବଂ ୧୦୦ ଉଇକେଟ୍‌ ମଧ୍ୟ ନେଇଛନ୍ତି।

ତିଳକରତ୍ନେ ଦିଲସାନ
ଶ୍ରୀଲଙ୍କାର ପୂର୍ବତନ ଖେଳାଳି ୧୦ହଜାରୁ ଊର୍ଦ୍ଧ୍ୱ ରନ୍‌, ୧୦୦ରୁ ଅଧିକ ଉଇକେଟ ଏବଂ କ୍ୟାଚ୍‌ ନେଇଛନ୍ତି। କେବେଳେ ନିଜଦଳ ପାଇଁ ସେ ଉଇକେଟ କିପିଂ କରୁଥିଲେ।

କ୍ରିସ୍‌ ଗେଲ୍‌
ଓ୍ବେଷ୍ଟଇଣ୍ଡିଜ୍‌ର ଆକ୍ରମକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ୩୦୧ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୧୦,୪୮୦ ରନ୍‌ କରିଛନ୍ତି। ସେହିପରି ସେ ୧୬୭ଟି ଉଇକେଟ ଏବଂ ୧୨୪ଟି କ୍ୟାଚ୍‌ ନେଇଛନ୍ତି।

Share